ମୁମ୍ବାଇ: ଶିବସେନା (UBT) ପ୍ରମୁଖ ଉଦ୍ଧବ ଠାକରେ ଦଳୀୟ ସାଂସଦମାନଙ୍କର ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକ ଜୁନ୍ ୧୪ ତାରିଖରେ ମାତୋଶ୍ରୀରେ ଅନୁଷ୍ଠିତ ହେବ ଏବଂ ଉଦ୍ଧବ ଠାକରେ ସ୍ୱୟଂ ଏଥିରେ ଉପସ୍ଥିତ ରହିବେ।
ସମ୍ପ୍ରତି କିଛି ଶିବସେନା (UBT) ସାଂସଦ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସହ ଯୋଗାଯୋଗରେ ଥିବା ନେଇ ଖବର ପ୍ରକାଶ ପାଇଛି। ଏହି ପୃଷ୍ଠଭୂମିରେ ଡାକାଯାଇଥିବା ବୈଠକକୁ ରାଜନୈତିକ ମହଲରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
ଏହା ସହିତ, ସାଂସଦ ସଞ୍ଜୟ ଯାଦବ ପୂର୍ବରୁ କିଛି ଦଳୀୟ ବୈଠକରେ ଅନୁପସ୍ଥିତ ଥିବାରୁ ତାଙ୍କର ଭୂମିକା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଜୁନ୍ ୧୪ ତାରିଖର ବୈଠକରେ ସେ ଉପସ୍ଥିତ ରହିବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିବ।
ବୈଠକରେ କ’ଣ ନିଷ୍ପତ୍ତି ହେବ ଓ ଏହାର ପ୍ରଭାବ ମହାରାଷ୍ଟ୍ର ରାଜନୀତି ଉପରେ କିପରି ପଡ଼ିବ, ସେନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହା କେବଳ ଏକ ସାଧାରଣ ବୈଠକ ନା ଆଗାମୀ ଦିନରେ କୌଣସି ବଡ଼ ରାଜନୈତିକ ପରିବର୍ତ୍ତନର ସଙ୍କେତ ତାହା ସମୟ କହିବ !
Comments are closed.