ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଏ ବି ଏମ୍ ତଥା ଵାୟୋଇନଫର୍ମାଟିକ୍ସ ବିଭାଗର ମୂଖ୍ୟ ସୁକାନ୍ତ ପ୍ରଧାନଙ୍କ ଅକାଳ ବିୟୋଗ

0

ପଟ୍ଟାମୁଣ୍ଡାଇ ୩/୯ :ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ମଣ୍ଡପଡ଼ା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ଏ ବି ଏମ୍ ଓ ଵାୟୋଇନଫର୍ମାଟିକ୍ସ ବିଭାଗର ମୂଖ୍ୟ ସୁକାନ୍ତ ପ୍ରଧାନଙ୍କ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶୁଭେଚ୍ଛୁ, ସହପାଠୀ ବନ୍ଧୁ ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ତାଙ୍କର ସହପାଠୀ ଅନ୍ତରଙ୍ଗ ବନ୍ଧୁ ଵଡମୂଳଵସନ୍ତ କୃଷି ସମବାୟ ସମିତିର ସଭାପତି ସଞ୍ଜୟ କୁମାର ଲେଙ୍କା, ସରକାରୀ ବୈଷୟିକ ଵିଦ୍ୟାଳୟର ଅଧ୍ୟକ୍ଷ ଇଂ ପ୍ରଶନ୍ନଜିତ ଦାସ,ଜି ଟି ଓ ପ୍ରସାଦ କୁମାର ପଣ୍ଡା,ଅଙ୍ଗାରଖିଅ ପଞ୍ଚାୟତର ଯୁବ ସରପଞ୍ଚ ହେମନ୍ତ କୁମାର ମହାନ୍ତି ଓ ଅମ୍ଵୁଜ ମହାପାତ୍ର ଅତ୍ୟନ୍ତ ମର୍ମାହତ ହୋଇ ଗଭିର ଶୋକ ପ୍ରକଟ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ମରଶରୀର ଏକ ଶୋଭାଯାତ୍ରାରେ ନେଇ ପୁରୀ ସ୍ଵର୍ଗଦ୍ଵାର ଠାରେ ଶେଷକୃତ୍ୟ ସଂପନ୍ନ କରିଛନ୍ତି। ତାଙ୍କ ଏକମାତ୍ର ପୁତ୍ର ମୁଖାଗ୍ନୀ ଦେଇଛନ୍ତି।

Leave A Reply

Your email address will not be published.