କେନ୍ଦ୍ର କ୍ୟାବିନେଟରେ ‘ସାର୍ଥକ PDS’ ଯୋଜନାକୁ ମଞ୍ଜୁରୀ। ‘ସାର୍ଥକ PDS’ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨୫ ହଜାର କୋଟି।

ନୂଆଦିଲ୍ଲୀ : ଦେଶର ୮୦ କୋଟି ଲୋକ ଉପକୃତ ହେଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା ବା PDSରେ ହେବ ବଡ଼ ଧରଣର ସଂସ୍କାର। ଏଥିପାଇଁ ଆଜି କେନ୍ଦ୍ର କ୍ୟାବିନେଟରେ ସାର୍ଥକ PDS ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ମାଧ୍ୟମରେ ଦେଶର ଖାଦ୍ୟ ସୁରକ୍ଷା ନେଟୱର୍କର ଆଧୁନିକକରଣ କରାଯିବ। ୫ ବର୍ଷ ଧରି ଚାଲିବାକୁ ଥିବା ସାର୍ଥକ PDS ପାଇଁ ମୋଦି ସରକାର ୨୫ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ଚାଲୁଥିବା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ହଟାଇ ଦିଆଯିବ ନାହିଁ ବରଂ ସେଥିରେ ସଂସ୍କାର କରାଯିବ। ବିଶେଷ କରି ଏଥିରେ ରାଜ୍ୟ ସରକାର ଗୁଡିକ ଉପକୃତ ହେବେ। ସାର୍ଥକ PDS ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଶସ୍ୟ ଷ୍ଟୋର ରଖିବା ଲାଗି ଯେଉଁ ଖର୍ଚ୍ଚ ବହନ କରିବାକୁ ପଡୁଥିଲା ସେଥିରେ କେନ୍ଦ୍ର ସରକାର ସହାଯ୍ୟ କରିବେ। ।

ଏହା ବ୍ୟତିତ ବଣ୍ଟନ ବ୍ୟବସ୍ଥାରେ ସାମିଲ ଥିବା ଏଜେନ୍ସି ଗୁଡିକର ଭତ୍ତାକୁ ବୃଦ୍ଧି କରାଯିବ ଓ ବଣ୍ଟନ ବ୍ୟବସ୍ଥାକୁ ସ୍ବଚ୍ଛତା ବା ଟ୍ରାସନ୍ଫେରାସି ଆଣିବା ପାଇଁ ଏଥିରେ AIର ଉପଯୋଗ ହେବ।

Comments are closed.