୨ ବାଇକ୍ ମୁହାଁମୁହିଁ ଧକ୍କା,ଜଣେ ମୃତ ଜଣେ ଗୁରୁତର

ଆର, ଉଦୟଗିରି (ମନୋଜ ପାଢ଼ୀ) ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସିତ ପଠାଯାଇଛି । ଅଡବା ଥାନା ଅନ୍ତର୍ଗତ ଗୁରୁବାର ପଞ୍ଚାୟତ ଅଧୀନ ଲୁହାଗୁଡି ଗ୍ରାମ ରୁ ଏକ ବାଇକରେ ଜାକୋବ ଗମାଙ୍ଗଙ୍କ ପୁଅ ବାବୁଲା ଗମାଙ୍ଗ (୨୩)କୋଣସି କାମ ରେ ମୋହନା ଆସୁଥିଲେ । ବିପରିତ ଦିଗରୁ ଆର, ଉଦୟଗିରି ଥାନା ଅନ୍ତର୍ଗତ ପରିସର ପଞ୍ଚାୟତ ଅଧୀନ ଲିବିରିଗୁଡା ଗ୍ରାମର ୱିଲସନ ରଇତ ଅନ୍ତରବା ରୁ ପରିମଳ ଯିବା ସମୟରେ ରେଣୁ ଘାଟି ରାସ୍ତା ବୁଲାଣିରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟେ ରାସ୍ତା କଡକୁ ଛିଟିକି ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡ଼ାକ୍ତର ର ବାବୁଲାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ୱିଲସନଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଇଥିଲେ ।

Comments are closed.