ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ ସରକାର

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହେଉଥିବାବେଳେ ୟୁକ୍ରେନରେ ଥିବା ଭାରତୀୟମାନେ ତୁରନ୍ତ ସେହି ଦେଶ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ୟୁକ୍ରେନ୍‌ରେ ଥିବା ଭାରତର ଦୂତାବାସ ପକ୍ଷରୁ ଏକ ସତର୍କତା ଜାରି କରି କୁହାଯାଇଛି ଯେ ଛାତ୍ରଛାତ୍ରୀମାନଙ୍କ ସମେତ ଭାରତୀୟ ନାଗରିକମାନେ ଯଥାଶୀଘ୍ର ୟୁକ୍ରେନ ଛାଡିଦିଅନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ  ମଧ୍ୟ ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ ଯାତ୍ରା ନକରିବାକୁ ଚେତାବନୀ ଦେଇ ୟୁକ୍ରେନର “ସୁରକ୍ଷା ଅବସ୍ଥା ଖରାପ” ବୋଲି ଦର୍ଶାଇଛି ।

ଏହାପୂର୍ବରୁ ଆଜି ୟୁକ୍ରେନ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ରୁଷ ଗୁଳି ବିନିମୟରେ ଅତି କମରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଜଣ ଆହତ ହୋଇଛନ୍ତି । ରୁଷ ଗତ କିଛି ଦିନ ହେଲା ୟୁକ୍ରେନ ଉପରେ ପ୍ରବଳ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରିଚାଲିଛି । ଏହା ଦ୍ବାରା ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହେଉଛି

Comments are closed.