ବୈକୁଣ୍ଠ ବାବୁଙ୍କ ଦ୍ଵାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମୁଣ୍ଡାଇ ୧/ ୮:ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଡି଼ହାପଡା ପଞ୍ଚାୟତ ଅଧିନସ୍ଥ କୁପୁଣି ଗ୍ରାମର ବିଶିଷ୍ଟ ସମାଜସେବୀ, ରାଜନେତା, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବୈକୁଣ୍ଠ ସେନାପତିଙ୍କ ଆଜି ଦ୍ଵାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଧୃବ ସାହୁ, ପୂର୍ବତନ ବିଧାୟକ ଅଲେଖ ଚନ୍ଦ୍ର ଜେନା,ବିଜୁଜନତା ଦଳ ଜିଲ୍ଲା ସଭାପତି ଶିବପ୍ରସାଦ ବଳ, ବିଜେଡି ନେତା ରାଜେଶ ପଣ୍ଡା,ହିରଣ୍ୟ ପଣ୍ଡା,କୋର ସରପଞ୍ଚ ରମେଶ ଚନ୍ଦ୍ର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଅନିଲ ଚୋୖଧୁରୀ,ଖଣ୍ଡାୟତ ସଂଘର ବ୍ଲକ ସଭାପତି ନିରଞ୍ଜନ ସୁନ୍ଦର ରାୟ, ପୂର୍ବତନ
ବ୍ଲକ କଂଗ୍ରେସ ସଭାପତି ଧନେଶ୍ଵର ଦାସ, ମଳୟ ଦାସ, ବରିଷ୍ଠ ବିଜେଡି ନେତା ଯଦୁମଣି ଦାସ,ଅମୂଲ୍ୟ ପ୍ରଧାନ,

ସୁରେଶ ଚନ୍ଦ୍ର ଗିରୀ, ସଂଗ୍ରାମ ରାଉତ, ଆଲୋକ ଧଳ, କାଉନସିଲର ମଳୟ ଓଝା, କଂଗ୍ରେସ ଜିଲ୍ଲା ସଂଗଠକ ଉପସଭାପତି ସତ୍ୟପ୍ରିୟ ସାମଲ, ପୂର୍ବତନ କାଉନସିଲର ତପନ ପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହୁରା, ପ୍ରଧାନ ଶିକ୍ଷୟିତ୍ରୀ ଅନଶୂୟା ମିଶ୍ର, ବରିଷ୍ଠ ବିଜେଡି ନେତା ଅଭୟ ଜେନା,ଚାନ୍ଦୁ ମହାଳିକ ଡିହାପଡା ବିଜୁଜନତା ଦଳ ସଭାପତି ଜଗନ୍ନାଥ ପ୍ରଧାନ,ନରସିଂହପୁର ସଭାପତି ତପରଞ୍ଜନ ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଯୋଗଦେଇ ସ୍ଵର୍ଗତ ବୈକୁଣ୍ଠ ବାବୁଙ୍କ ଉଦ୍ଧେଶ୍ୟରେ ସ୍ମୃତିଚାରଣ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଜ ସେଠୀ, ଜୟଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ସରପଂଚ ମଥୁରା ନନ୍ଦ ଘଡାଇ, ଶରତ ପ୍ରଧାନ, ରାମଚନ୍ଦ୍ର ରାଉତ, ଦୈତାରି ପରିଡା ,ଅଶୋକ ଲେଙ୍କା, ହେମକାନ୍ତ ସାହୁ,ନିଗମାନନ୍ଦ ପରିଡା,ଇଲୁକାନ୍ତ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ। ସାନଭାଇ ରବିନ୍ଦ୍ର ସେନାପତିଙ୍କ ସମେତ ପରିବାର ସଦସ୍ୟ ମାନେ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।

Comments are closed.