ମୋ ୧୦ ବର୍ଷ କାର୍ଯ୍ୟକାଳରେ ପଟ୍ଟାମୁଣ୍ଡାଇ ପୈାରଞ୍ଚଳ ବିକାଶର ଶୀର୍ଷକରେ -ଅଧ୍ୟକ୍ଷ
ପଟ୍ଟାମୁଣ୍ଡାଇ ୧/୮: ଆଜି ପଟ୍ଟାମୁଣ୍ଡାଇ ପୈାରପରିଷଦ ତାହାର ୩୮ତମ ସ୍ୱାୟତ୍ତ ଶାସନ ପାଳନ କରିଛି । ଏହି ଉପଲକ୍ଷେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ପରେ ଅଡିଟୋରିୟମ ହଲ୍ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥିଭାବେ ବିଧାୟକ ଧୃବ ସାହୁ ଯୋଗଦେଇ ପଟ୍ଟାମୁଣ୍ଡାଇ ପୈାରପରିଷଦ ବିକାଶର ଚିତ୍ର ବର୍ଣ୍ଣନା କରିଥିଲେ ଅଧ୍ୟକ୍ଷ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ଉଠିଥିଲେ। ସେ କହିଥିଲେ ମୋ ୨ଥର ଅଧ୍ୟକ୍ଷ କାର୍ଯ୍ୟକାଳ ଭିତରେ ପୈାରପରିଷଦର ଯାହା ବିକାଶ ହୋଇଛି,ତାହା ଅନ୍ୟ ସମୟରେ ହୋଇନାହିଁ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ଯାହାଫଳରେ ଜିଲ୍ଲାରେ ଆମେ ନଂ୧ ହୋଇ ପାରିଛୁ।ଏହି ବିକାଶରେ ବିଧାୟକଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ।
Comments are closed.