ଟିଟିଲାଗଡ଼ରେ ନୂଆଁଖାଇ ଭେଟଘାଟ

ଟିଟିଲାଗଡ଼: ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ନିକଟସ୍ଥ ବିଆର୍‌ସି ଅଫିସ ପ୍ରାଙ୍ଗଣରେ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ମୁଖ୍ୟ ଅତିଥି, ଆଇନଜ୍ଞ ରାଧାକାନ୍ତ ପାଢ଼ୀ, ମୁଖ୍ୟବକ୍ତା ହାସ୍ୟକବି ଅଚ୍ୟୁତ ପୁରୋହିତ, ପଦ୍ମଶ୍ରୀ ଜିତେନ୍ଦ୍ର ହରପାଳ, ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ, ନାଗରିକ ମଞ୍ଚ ସଭାପତି କମିଟିର ସମ୍ପାଦକ ଶମ୍ଭୁ ପ୍ରସାଦ ଗୋଏଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ପଦ୍ମଶ୍ରୀ ଶ୍ରୀଯୁକ୍ତ ହରପାଳଙ୍କ ସମ୍ବଲପୁରୀ ଗୀତରେ ଦର୍ଶକମାନେ ଝୁମିଥିଲେ। ଶତାଧିକ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ସହଯୋଗ କରିଥିଲେ।

Comments are closed.