ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ତା ଠିକ୍ ଅଛି; ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡିସଚାର୍ଜ କରାଯିବ
ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡିସଚାର୍ଜ କରାଯିବ: ADMO। କୋର୍ଟରେ ଦାଖଲ ହେବ ଚାମେଲିଙ୍କ ବେଲ୍ ଆପ୍ଲିକେସନ୍
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ତା ଠିକ୍ ଅଛି। ୪ ଜଣ ସ୍ପେଶାଲିଷ୍ଟ ଚାମେଲିଙ୍କ ଚିକିତ୍ସା କରୁଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ପରେ ଡିସଚାର୍ଜ କରାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏଡିଏମଓ। ଏପଟେ ଆଜି କୋର୍ଟରେ ଦାଖଲ ହେବ ଚାମେଲିଙ୍କ ବେଲ୍ ଆପ୍ଲିକେସନ୍ । ଇଞ୍ଜୁରୀ ରିପୋର୍ଟ ଆସିଲେ ବେଲ୍ ମୁଭ୍ କରାଯିବ ବୋଲି କହିଛନ୍ତି ଚାମେଲିଙ୍କ ଓକିଲ ।
କେନ୍ଦ୍ରାପଡ଼ା ହସ୍ପିଟାଲରେ ଚାମେଲି ଓଝାଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ଅର୍ଚ୍ଚନା ନାୟକ । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତିଙ୍କୁ ଏବିଷୟରେ ଅବଗତ କରାଯାଇଛି । ତଦନ୍ତ ଚାଲିଛି, ଯିଏ ଦୋଷୀ ତାଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ।