ଲାଲକିଲ୍ଲାକୁ ବୋମାରେ ଉଡ଼ାଇ ଦେବାକୁ ଧମକ

0

ନୂଆଦିଲ୍ଲୀ:ଦିଲ୍ଲୀରେ ଥିବା ଲାଲକିଲ୍ଲାକୁ ବୋମାରେ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ଇମେଲ ମୁମ୍ବଇ ପୁଲିସକୁ ଶନିବାର ମିଳିଥିଲା। ଏହି ଇମେଲ୍‌ ଆସିବା ପରେ ମୁମ୍ବଇ ପୁଲିସ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲା। ଦିଲ୍ଲୀ ପୁଲିସ ତରଫରୁ ତୁରନ୍ତ ଲାଲକିଲ୍ଲା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ସମୟରେ କୌଣସି ବିସ୍ଫୋରକ ଦ୍ରବ୍ୟ ମିଳି ନ ଥିଲା। ଫଳରେ ଏହା ଏକ ମିଥ୍ୟା ଧମକ ଥିବା ଦିଲ୍ଲୀ ପୁଲିସ କହିଛି। ଗତ ମାସରେ ଦିଲ୍ଲୀ ମହାନଗର ନିଗମର ମେୟରଙ୍କ କାର୍ଯ୍ୟାଳୟକୁ ଏକ ଇମେଲ୍‌ ଆସିଥିଲା। ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବୋମା ବିସ୍ଫୋରଣ କରାଯିବ ବୋଲି ଏଥିରେ ଦର୍ଶାଯାଇଥିଲା। ତେବେ ଏହି ଇମେଲ୍‌ରେ କୌଣସି ସତ୍ୟତା ନ ଥିବା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା।

Leave A Reply

Your email address will not be published.