ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ଗିରଫ ହେଲେ ତତକାଳୀନ କ୍ୟାସିୟର ।

0

ଗଜପତି 4/9(ମନୋଜ ପାଢ଼ୀ):ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ତତକାଳୀନ କ୍ୟାସିୟରଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍ ଶାଖାରୁ ୩୧ ଲକ୍ଷ ଟଙ୍କାର ବଡ଼ ଠକେଇ ହୋଇଥିଲା । ଏହି ଠକେଇ ଘଟଣା ନେଇ ସମସ୍ତ ତଦନ୍ତ ଶେଷ ହେବା ପରେ ଏଥିରେ ସଂପୃକ୍ତ ତତ୍କାଳୀନ କ୍ୟାସିୟର ସୂର୍ଯ୍ୟପ୍ରକାଶ ଦାସ ଗତ 2020 ମସିହାରେ 24 ଲକ୍ଷ ଟଙ୍କା ବ୍ୟାଙ୍କକୁ ଫେରସ୍ତ କରିଥିଲେ. ବାକି 7 ଲକ୍ଷ ଟଙ୍କା ବ୍ୟାଙ୍କକୁ ପ୍ରଦାନ ନ କରି ଫେରାର ଥିଲେ. ବର୍ତ୍ତମାନ ସେ ଫୁଲନଖରା ଠାରେ ଆତ୍ମଗୋପନ କରିଥିବା ମୋହନା ପୋଲିସ ସୂଚନା ପାଇ 6 ବର୍ଷ ପରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.