ବାଲେଶ୍ୱରରେ ଗୁଞ୍ଜରିତ ହେଲା ‘ବନ୍ଦେ ମାତରମ୍’ ଧ୍ଵନି : ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ଦେଲା ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନ୍

0
ବାଲେଶ୍ୱର, ୧୮/୦୮ (କୃଷ୍ଣ କୁମାର ମହାନ୍ତି): ସ୍ୱାଧୀନତା ଦିବସ ଅବସରରେ ବାଲେଶ୍ୱର ଓଟି ରୋଡ୍‌ସ୍ଥିତ ହୋଟେଲ ହରିପ୍ଲାଜାରେ ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନ୍ ପକ୍ଷରୁ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମ ଉତ୍ସାହ ଓ ଗରିମାର ସହ ଆୟୋଜିତ ହୋଇଯାଇଛି। ଦେଶପ୍ରେମ, ଜାତୀୟ ଏକତା ଏବଂ ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସକୁ ସ୍ମରଣ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟତାବୋଧ ଜାଗ୍ରତ କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ସକାଳେ ଅଲିଭା ଦାସ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିବା ବେଳେ ସୀମନ ଦାସମହାପାତ୍ର ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ। ଡା. ଶ୍ରୀମାନ ଶ୍ରୀଚନ୍ଦନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଜାତୀୟ ସଙ୍ଗୀତ ଗାନ ଓ ଦୀପ ପ୍ରଜ୍ୱଳନ ପରେ ରାଜକିଶୋର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ବିକାଶ ପାଢ଼ୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ନିରଞ୍ଜନ ମହାନ୍ତି ବିବରଣୀ ରଖିଥିଲେ। ସଭାପତି ଅସିତ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍ ସଂଗ୍ରାମ ଦାସ ଅଭିଭାଷଣ ରଖିଥିଲେ।
ମୁଖ୍ୟ ଅତିଥି ଆଇଟିଆର୍‌ର ନିର୍ଦ୍ଦେଶକ କେ. ସୁଚେନ୍ଦ୍ରନ୍ ଏବଂ ସମ୍ମାନିତ ଅତିଥି ଆଇଆଇଟି ଦିଲ୍ଲୀର ବାୟୋମେଡିକାଲ୍ ବିଭାଗର ମୁଖ୍ୟ ଡା. ତପନ କୁମାର ଗାନ୍ଧୀ ଦେଶର ବିକାଶ, ଯୁବପିଢ଼ିଙ୍କ ଭୂମିକା ଓ ଜାତୀୟ ଏକତା ସମ୍ପର୍କରେ ନିଜ ମତ ରଖିଥିଲେ।
ଏହି ଅବସରରେ ଆଶାଲତା ପାଣିଗ୍ରାହୀ, ସହିଦ ଗଙ୍ଗାରାମ, ଡା. ତପନ କୁମାର ଗାନ୍ଧୀ, ଡା. ଶିତାଂଶୁ ଶେଖର ଦାସ, ଡା. ଘନଶ୍ୟାମ ବିଶ୍ୱାଳ ଓ ବିଜୟ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱର୍ଗତ ହିମାଂଶୁ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ‘ହିମାଂଶୁ ମେମୋରିଆଲ୍ ସମ୍ମାନ’ ଏଥର ଡା. ଶ୍ରୀମାନ ଶ୍ରୀଚନ୍ଦନଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ଅନେକ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁପମ ମିଶ୍ର ସଂଯୋଜନା କରିଥିଲେ। ଡା. ଅରବିନ୍ଦ ପଣ୍ଡା, ଦମୟନ୍ତୀ ପଣ୍ଡା, ଆଶିଷ ପଟ୍ଟନାୟକ, ସିଲାବ ସତ୍ୟକାମ, ସିମିତ ମହାନ୍ତି, ନିଶିତ ବାରିକ, ହେମନ୍ତ ମହାନ୍ତି, ଜିତ ପ୍ରକାଶ ଦାଶ, ସରୋଜ ଦାଶ, ସରୋଷ ବଧନୱାଲ୍ଲା, ଉପେନ୍ଦ୍ର ବେହେରା, ଗୌରହରି ମଲ୍ଲିକ, ଯୋଗେଶ୍ୱର ଭଞ୍ଜ, ଜିତେନ୍ଦ୍ର ଦାସ, ଶ୍ରୀମନ୍ତ ମାଝୀ, ଜିତେନ୍ଦ୍ର ମହାଳିକ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ରାଜେନ୍ଦ୍ର ପଟ୍ଟନାୟକ, ରାଜକିଶୋର ମିଶ୍ର, ସୁଜୟ ଆଚାର୍ଯ୍ୟ, ସତ୍ୟପ୍ରକାଶ ପତି, ଜୟଦେବ ଖୁଣ୍ଟିଆ, ସମରେଶ ସାମଲ, ସୌଭାଗ୍ୟ ମାନସ ନାୟକ, ହ୍ରିତିକ ନାୟକ, ଜୟରାମ ଦାସ, ସମ୍ବିତ ସାବନ ବିଶ୍ୱାଳ, ରାମଚନ୍ଦ୍ର ସେଠୀ, ଅଜୟ ପ୍ରଧାନ, ସିଦ୍ଧାର୍ଥ କୁଇଲି, ଅନିନ୍ତ୍ୟ ଦାସ, ସୁବର୍ଣ୍ଣ କେଶରୀ ସାମଲ, ସଲିମ ସୁବାଶ, ବିଶ୍ୱଜିତ ପ୍ରମାଣିକ, ଜ୍ୟୋତି ସାମଲ, ଯାଜ୍ଞସେନୀ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ଜୀବନ ସଂଗ୍ରାମ ମିଶ୍ର, ସୁଶୀଲ ପଣ୍ଡା ଓ ରାଜେଶ ମହାକୁଡ଼ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।
ଶେଷରେ ତାପସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତାର ମହତ୍ତ୍ୱର ବାର୍ତ୍ତା ବହନ କରୁଥିବା ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମ ଉତ୍ସାହ ଓ ଗରିମାର ସହ ସମାପିତ ହୋଇଥିଲା।
Leave A Reply

Your email address will not be published.