ମୁମ୍ବାଇ ପରେ ତରଭୁଜକୁ ନେଇ ଓଡ଼ିଶାରେ ବି ବଢ଼ିଲା ଚର୍ଚ୍ଚା। ପଟ୍ଟାମୁଣ୍ଡାଇ କୁପୁଣି ଗାଁରେ ସପ୍ତମ ଛାତ୍ରର ମୃତ୍ୟୁ।

କେନ୍ଦ୍ରାପଡ଼ା : ମୁମ୍ବାଇ ପରେ ତରଭୁଜକୁ ନେଇ ଓଡ଼ିଶାରେ ବି ବଢ଼ିଲା ଚର୍ଚ୍ଚା। ତରଭୁଜ ଖାଇ ପରିବାରର ୫ ଜଣ ଅସୁସ୍ଥ ହେବା ସହ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ପରେ ସ୍ତବ୍ଧ କେନ୍ଦ୍ରାପଡ଼ା ଜିଲ୍ଲା। ଗତକାଲି ପରିବାର ସହ ପୋଇ ରାଇ ଖାଇଥିଲେ, ହେଲେ ପୂର୍ବରୁ ଖାଇଥିବା ତରଭୁଜକୁ ନେଇ ଏବେ ସନ୍ଦେହ ଉପୁଜିଛି। ଏବେ ବଡ଼ ଅଘଟଣ ପଛର ସତ ଖୋଜା ଚାଲିଥିବାବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଆଶଙ୍କା, ତରଭୁଜ ନୁହେଁ, ବରଂ ଖାଦ୍ୟ ବିଷକ୍ରିୟାରୁ ଏଭଳି ଅଘଟଣ ଘଟିଥାଇପାରେ।

ସକାଳେ ଖାଇଲେ, ରାତିରେ ବିଗିଡ଼ିଲା ଦେହ। ଚାଲିଗଲା ଜୀବନ, ମେଡିକାଲରେ ପରିବାର। ମୁମ୍ବାଇରେ ତରଭୁଜ ଖାଇ ପୁରା ପରିବାରର ଜୀବନ ଯିବା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏବେ ଏମିତି କିଛି ଘଟଣାର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ାରୁ ଅନନ୍ତ ନାରାୟଣ ସେନାପତିଙ୍କ ପରିବାରରେ ଯାହା ଘଟିଛି ତାହା ପୁଣି ତରଭୁଜକୁ ନେଇ ଦ୍ବନ୍ଦ୍ବ ଓ ଡର ବଢ଼ାଇଛି। ପଟ୍ଟାମୁଣ୍ଡାଇ କୁପୁଣି ଗାଁର ଅନନ୍ତ ସେନାପତିଙ୍କ ପରିବାରର ଗତକାଲି ରାତିରେ ଖାଦ୍ୟ ଖାଇବା ପରେ ବିଗିଡ଼ି ଯାଇଥିଲା ସ୍ବାସ୍ଥ୍ୟବସ୍ଥା। ପରିବାରର ସଦସ୍ୟ ଭାତ, ଡାଲି ସହ ପୋଇ ରାଇ ଖାଇଥିଲେ।

ବାସ୍ କିଛି ଘଣ୍ଟାରେ ସମସ୍ତଙ୍କ ମୁଣ୍ଡ ବୁଲାଇଥିଲା, ପେଟ ବ୍ୟଥା ହେବା ସହ ଦେହ ତାତି ଯାଇଥିଲା। ତୁରନ୍ତ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ହେଲେ ଅତ୍ୟଧିକ ବିଗିଡ଼ି ଯାଇଥିଲା ସପ୍ତମ ଶ୍ରେଣୀ ଛାତ୍ର ସ୍ବାଧୀନ ସେନାପତିଙ୍କ ସ୍ବାସ୍ଥ୍ୟ। କଟକ ସ୍ଥାନାନ୍ତର ସିନା ହେଇଥିଲେ ହେଲେ ସେତେବେଳକୁ ସେ ଆଖି ବୁଜିଥିଲେ। ଏବେ ବି ପରିବାରର ଅନ୍ୟ ସଦସ୍ୟ ମେଡିକାଲରେ ହେଉଛନ୍ତି ଚିକିତ୍ସିତ।

Comments are closed.