ଭୁବନେଶ୍ବର : ଆଗକୁ ବଢ଼ିଲା ମୌସୁମୀ ବାୟୁ। ନିର୍ଦ୍ଧାରିତ ସମୟ ଆଗରୁ ଆଜି ଆଣ୍ଡାମାନ ଛୁଇଁ ଆଗକୁ ବଢ଼ିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ଅନେକ ଅଂଶ, ସମଗ୍ର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମକୁ ଛୁଇଁଛି।ସେହିପରି ଆଣ୍ଡାମାନ ଦ୍ୱୀପର କିଛି ଅଂଶରେ ଆଜି ପ୍ରବେଶ କରିଛି। ଯଦି ମୌସୁମୀର ଗତିବିଧି ସ୍ବାଭାବିକ ରୁହେ, ତା ହେଲେ ନିର୍ଦ୍ଧାରିତ ସମୟ ଆଗରୁ କେରଳ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Sign in
Sign in
Recover your password.
A password will be e-mailed to you.
Comments are closed.