ମାସିକ ଇ-ପତ୍ରିକା “ସୂର୍ଯ୍ୟପ୍ରଭା” ଲୋକାର୍ପିତ

କୋଲକାତା (୧୬/୫) : ଶୁକ୍ରବାର ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା “ସୂର୍ଯ୍ୟପ୍ରଭା” ର ଦ୍ଵିତୀୟ ବର୍ଷ ଷଷ୍ଠ ଅଙ୍କ । ଶ୍ରୀ ଶ୍ରୀ ଜଗନ୍ନାଥ ବନ୍ଦନା ସହିତ ସଭାର ଶୁଭାରମ୍ଭ କରିଥିଲେ ଡଃ ବାମନ ଚନ୍ଦ୍ର ଦୀକ୍ଷିତ । ବର୍ତ୍ତମାନ ଦେଶରେ ଉତ୍ପନ୍ନ ହେଇଥିବା ତୈଳ ସଙ୍କଟ ତଥା ଏହାର କୁପ୍ରଭାବ ଅନ୍ୟାନ୍ୟ ଆବଶ୍ୟକ ବସ୍ତୁ ଉପରେ କିପରି ପଡିବାର ସମ୍ଭାବନା ଅଛି , ସେ ବିଷୟ ରେ ପ୍ରାରମ୍ଭିକ ଚର୍ଚ୍ଚାରେ ମୈତ୍ରେୟୀ କାମିଳା , କାଶୀନାଥ ପଣ୍ଡା , ଅରୁଣ ମହାପାତ୍ର , ଅନଙ୍ଗ ଭୂଷଣ ମହାନ୍ତି ଏବଂ ସୁବ୍ରତ ରଥ , ଆଲୋକପାତ କରିଥିଲେ । ତତ୍ପଶ୍ଚାତ ବିଶିଷ୍ଟ କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସ୍ୱନାମଧନ୍ୟ କବି , କବୟିତ୍ରୀ ଏବଂ ସାହିତ୍ୟକାରଙ୍କ ଉପସ୍ଥିତି ସଭାକୁ ଶୋଭା ମଣ୍ଡିତ କରିଥିଲା । ଡଃ ବାମନ ଚନ୍ଦ୍ର ଦୀକ୍ଷିତ ଉପସ୍ଥିତ ସମସ୍ତ କବି କବୟିତ୍ରୀ ମାନଙ୍କୁ ପ୍ରଣାମ ପୂର୍ବକ “ସୂର୍ଯ୍ୟପ୍ରଭା”ର ଲୋକାର୍ପଣ ସମ୍ପନ୍ନ କରିଥିଲେ । ନିଳାଦ୍ରୀ ପ୍ରସାଦ ମହାନ୍ତିଙ୍କ ପରିକଳ୍ପିତ ସୂର୍ଯ୍ୟପ୍ରଭାର କମନୀୟ କଳେବର ସମସ୍ତଙ୍କୁ ଆକର୍ଷିତ କରିଥିଲା। ତତ୍ ପଶ୍ଚାତ କବୀ କଳ୍ପନା ମିଶ୍ରଙ୍କ ପରିଚାଳନାରେ କବିତା ଆସର ଆରମ୍ଭ ହୋଇଥିଲା ।

ବିଶିଷ୍ଟ କବି ଅରୁଣ କୁମାର ମହାପାତ୍ର , ହେମନ୍ତ ବରାଇ ,କାଶୀନାଥ ପଣ୍ଡା , ପ୍ରଭାତ କୁମାର ଆଚାର୍ଯ୍ୟ , ଶିଶିର କୁମାର କର , ଜୁମର ନାଥ ପାତ୍ର , ସୁବ୍ରତ କୁମାର ରଥ ,ଡଃ ବାମନ ଚନ୍ଦ୍ର ଦୀକ୍ଷିତ ଏବଂ ବିଶିଷ୍ଟ କବୟିତ୍ରୀ କଳ୍ପନା ମିଶ୍ର ,ମୈତ୍ରେୟୀ କମିଳା , ମଧୁସ୍ମିତା ମହାପାତ୍ର , ସୁବାସିନୀ ଦାଶ , ଜୟନ୍ତୀ ନାୟକ , ପୁଷ୍ପାଞ୍ଜଳି ପତ୍ରି, ସିତୁ ମହଲା , ଶୁଭାଗିନୀ ସିଂହ , ଚନ୍ଦ୍ରା ମିଶ୍ର, ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ, ରଶ୍ମିପ୍ରଭା ରଣସିଂହ , ପଦ୍ମାବତୀ ମିଶ୍ର, ପ୍ରଜ୍ଞା ପାରମିତା ଆଦି ସ୍ୱରଚିତ କବିତା ପାଠ କରିଥିଲେ । କବୟିତ୍ରୀ ମୈତ୍ରେୟୀ କମିଳା ଙ୍କ ସମୀକ୍ଷା ସମସ୍ତଙ୍କୁ ବିମୋହିତ କରିଥିଲା । ଅନ୍ତିମ ପର୍ଯ୍ୟାୟ ରେ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତି ପାଠ କରି ସଭା ସମାପ୍ତ କରାଯାଇଥିଲା ।ରିପୋର୍ଟ-ସନାତନ ମହାକୁଡ଼

Comments are closed.