ଉମରକୋଟ (୨୭/୩): ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ଭାରତୀ କଳା ନିକେତନ”ଦ୍ବାରା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ବିଶ୍ବ ନାଟ୍ଯ ଦିବସ ମହାସମାରୋହରେ ଆୟୋଜିତ ହୋଇଛି ।ଇତ୍ଯବସରରେ ଉଦ୍ଘାଟନ କାର୍ଯ୍ଯକ୍ରମରେ ପୌରାଧ୍ଯକ୍ଷା ରାଧା ଭତ୍ରା ମୁଖ୍ଯ ଅତିଥି,ସାହିତ୍ଯିକ ବଲ୍ଲଭ କୁମାର ରାଉତ ମୁଖ୍ଯବକ୍ତା,କବିପ୍,ପ୍ରଫୁଲ୍ଲ କୁମାର ରାଉତ ସମ୍ମାନିତ ଅତିଥି,ଭାବେ ଯୋଗ ଦେଇଥିଲେ । ସଭାକାର୍ଯ୍ଯ ପରିଚାଳନା କରିଥିଲେ ମଧୁସ୍ମିତା ମହାରଣା ।ତତ୍ପରେ ସାଂସ୍କୃତିକ କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା ।ପ୍ରାରମ୍ଭରେ ଓଡିଶୀ ନୃତ୍ଯ ପ୍ରଦର୍ଶନ କରିଥିଲେ ସଂଜନା ହାଲଦାର ,ଶ୍ରୀରାମଙ୍କ ଉପରେ ଆଧାରିତ ମନଛୁଆଁ ସଂଗୀତ ପରିବେଷଣ କରିଥିଲେ ବ୍ରହ୍ମପୁରର କଣ୍ଠଶିଳ୍ପୀ ଦିଗାମ୍ବର ନାୟକ ।ପରେ ଭାରତୀ କଳା ନିକେତନର କଳାକାରମନେ ଅଧ୍ଯାପକ ଗୋପାଳ ମହାରଣାଙ୍କ ରଚିତ ଏବଂ ମଧୁସ୍ମିତା ମହାରଣାଙ୍କ ନିର୍ଦ୍ଦେଶିତ ନାଟକ’ଅବୋଲକରା”ପରିବେଷଣ କରିଥିଲେ ।


ବରିଷ୍ଠ କଳାକାର ବିଦ୍ଯୁତ କୁମାର ପାତ୍ର ,ଶ୍ରୀମତୀ ଶାନ୍ତିଲତା ମହାନ୍ତି ଏବଂ ଅମିୟ ଶଙ୍କର ତ୍ରିପାଠୀ ଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।ନାଟକ ସମାପ୍ତ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ନୃତ୍ଯ,ବେଶ ,ଏକକ ଅଭିନୟ,ଦଳଗତ ନୃତ୍ଯ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।ବିଚାରକ ଭାବେ ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ଏବଂ ଶ୍ରୀ ସାଗର କୁମାର ପରିଡା ଦାୟିତ୍ବ ନିର୍ବାହ କରିଥିଲେ ।କନିଷ୍ଠ ଦଳଗତ ନୃତ୍ଯ ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ଯ ମନ୍ଦିର ପ୍ରଥମ ସ୍ଥାନ ପାଇଥିବା ସ୍ଥଳେ ବରିଷ୍ଠ ଦଳଗତ ନୃତ୍ଯ ପ୍ରତି ଯୋଗିତାରେ ଶ୍ରୀମା ଅରବିନ୍ଦ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।”ସାଂପ୍ରତିକ ଯୁବଗୋଷ୍ଠୀ ଓ ମଞ୍ଚ ନାଟକ”ଶୀର୍ଷକ ଆଲୋଚନା ଚକ୍ରରେ ଅଧ୍ଯାପିକା ଏମ୍ ମଧୁଛନ୍ଦା,ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର,ଶ୍ରୀ ରାଜ କିଶୋର ନାୟକ ,ଶ୍ରୀ ସାଗର କୁମାର ପରିଡା ଏବଂ ଶ୍ରୀ ମାନସ ରଞ୍ଜନ ନାୟକ ନିଜ ନିଜର ମତାମତ ରଖିଥିଲେ ।ବିଶ୍ବ ନାଟ୍ଯ ଦିବସର ମନୋରମ କାର୍ଯ୍ଯକ୍ରମକୁ ସଂଯୋଜନା କରିଥିଲେ ମଧୁସ୍ମିତା ମହାରଣା ଓ ବିବେକାନନ୍ଦ ପଟ୍ଟନାୟକ କରିଥିଲେ ।ଶ୍ରୀ ଏନ୍ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ,ରବୀନ୍ଦ୍ର କୁମାର ନାୟକ,ପୁରୁଷୋତ୍ତମ ମାଝୀ,ସୁଭଦ୍ରା ଗଣ୍ଡ ,ବଳରାମ ଭତ୍ରା,ବେଭିଡ କୁମାର କୋଷ୍ଟା,ଲକ୍ଷ୍ମୀ ଭତ୍ରା,ସୁକାନ୍ତି ସାହୁ,ବେଲାରାଣୀ ସରକାର ,ଶରତ କୁମାର ରାଉତ ,ସନ୍ତୋଷ କୁମାର ବେବର୍ତ୍ତା ଓ ପିଣ୍ଟୁ ଠାକୁର ସହଯୋଗ କରିଥିଲେ ।
ରିପୋର୍ଟ-ସନାତନ ମହାକୁଡ଼।



Comments are closed.