ଭଦ୍ରକ : ଭଦ୍ରକ ଜିଲ୍ଲା ଜାମୁଝାଡି ବାସୁଦେବପୁର ରାସ୍ତାର ମାତାଜୀ ମଠ ବରଫ କଳ ସାମ୍ନାରେ ଅଭାବନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସକୁ ଟ୍ରକ୍ ପଛପଟୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ ଜଣ ଗରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଆଜି ଧାମରାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଡ଼ାଇନା ନାମକ ଏକ ଘରୋଇ ବସ ବାସୁଦେବପୁର ଜାମୁଝାଡ଼ି ରାସ୍ତାର ମାତାଜୀ ମଠ ନିକଟ ବରଫ କଳ ପାଖରେ ଖରାପ ହୋଇଯାଇଥିଲା। ଚାଳକ ବସ ଛିଡା କରାଇ ମିସ୍ତ୍ରୀ ଡାକି ସଜାଡୁ ଥିବା ସମୟରେ ବାସୁଦେବପୁର ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ବସକୁ ଧକା ଦେଇଥିଲା। ଫଳରେ ଗାଡି ତଳେ କାମ କରୁଥିବା ମିସ୍ତ୍ରୀ ଓ ତାର ହେଲପର ଗୁରୁତର ହୋଇଥିଲେ। ତୁରନ୍ତ ପାଖରେ ଥିବା ବସ ଡ୍ରାଇଭର ୨ ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିବା ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.
Comments are closed.