ଉନ୍ମୋଚିତ ହେଲା ଶିଶୁ କିଶୋର ପତ୍ରିକା ‘କିଚିରିମିଚିରି’ର ରଥ ସଂଖ୍ୟା

0
ବାଲେଶ୍ବର,୮/୭(କୃଷ୍ଣ କୁମାର ମହାନ୍ତି) : ବାଲେଶ୍ଵରରୁ ପ୍ରକାଶ ପଉଥିବା ଶିଶୁ–କିଶୋର ପତ୍ରିକା ‘କିଚିରିମିଚିରି’ର ରଥସଂଖ୍ୟା ଜୁଲାଇ ୭ ତାରିଖ ଅପରାହ୍ଣ ୫ ଘଟିକା ସମୟରେ ମାକଲପୁର ସ୍ଥିତ ‘ସ୍ରଷ୍ଟା ନାଟ୍ୟାଳୟ’ ପରିସରରେ ଉନ୍ମୋଚିତ ହୋଇଯାଇଛି।
ଏକାଡେମୀ ପୁରସ୍କୃତ ବରିଷ୍ଠ ତଥା ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଗବେଷକ ତଥା ସୁପ୍ରାବନ୍ଧିକ ଡକ୍ଟର ରାଧାରଂଜନ ପଟ୍ଟନାୟକ, ଶିଶୁ ସାହିତ୍ୟର ଅନ୍ୟତମ ଧୂରୀଣ ଲେଖକ ସାହିତ୍ୟିକ ବ୍ରଜେନ୍ଦ୍ର ନାଥ ଗିରି, ‘ଧ୍ଵନି ପ୍ରତିଧ୍ଵନି’ ଖବରକାଗଜର ମୁଖ୍ୟ ସମ୍ପାଦକ ତଥା ଔପନ୍ୟାସିକ ସୃଷ୍ଟିଧର ପରିଡ଼ା, ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ସମ୍ପାଦକ ଡ଼କ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ମିଳିତ ଭାବେ ପତ୍ରିକାଟିକୁ ଉନ୍ମୋଚନ କରି ଶିଶୁ ସାହିତ୍ୟ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିବା ସହ ଶିଶୁ-କିଶୋର ପତ୍ରିକା ପ୍ରକାଶନର ଆବଶ୍ୟକ‌ତା ପୂରଣ କରିବା ପାଇଁ ଶ୍ରୀ ପୀତାମ୍ବର ଦାସଙ୍କ ଏତାଦୃଶ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ପତ୍ରିକାର ସମ୍ପାଦିକା ମୋନାଲିସା ପ୍ରଧାନଙ୍କୁ ମଧ୍ଯ ସାଧୁବାଦ ଜଣାଇଥିଲେ।
ପ୍ରାରମ୍ଭରେ ପ୍ରାକ୍ କଥନ କବି ପଦ୍ମଲୋଚନ ପ୍ରଧାନ ରଖିବା ସହ ଅତିଥିମାନଙ୍କୁ ମଂଚ ଅହ୍ୱାନ କରିଥିଲେ। ପତ୍ରିକାର ମୁଖ୍ୟ ସମ୍ପାଦକ ପୀତାମ୍ବର ଦାସ ପତ୍ରିକା ପ୍ରକାଶନର ଆଭିମୁଖ୍ୟ ସମ୍ବନ୍ଧରେ ନିଜ ବକ୍ତବ୍ୟ ରଖିଥିଲେ।
ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବାଲେଶ୍ଵର ମାଟିରେ ଶିଶୁ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଏହି ପତ୍ରିକାର ପ୍ରକାଶନ ସହାୟକ ହେବ ବୋଲି କହିବା ସହ ପ୍ରକାଶକ କମଲ ଦାସଙ୍କୁ ଏଥିପାଇଁ ସାଧୁବାଦ ଜଣାଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ କବି ରମେଶ ଚନ୍ଦ୍ର ବେହେରା, ଗୌରୀ ଶଙ୍କର ସାହାଣୀ, କଲ୍ୟାଣୀ ନନ୍ଦ, ଶାନ୍ତି ବିଶି, ଶାନ୍ତିଲତା ପଣ୍ଡା, ସୁକାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ।
ଏଥିରେ କବି ନଟବର ପାଢ଼ୀ, ଡ. ସାରଙ୍ଗଧର ତ୍ରିପାଠୀ, ସର୍ବେଶ୍ୱର ପଣ୍ଡା, ନିରଞ୍ଜନ ରାଉତ, ପ୍ରଭାକର ସାହୁ, ରମାକାନ୍ତ ମହାନ୍ତି, ରାମପ୍ରସାଦ ପ୍ରଧାନ, ଅଜୟ ରାଉଳ, ଦେବାଶିଷ ସିଂ, ଲକ୍ଷ୍ମଣ ବିଶ୍ୱାଳ, ଲକ୍ଷ୍ମୀଧର ଜେନା, ଜୟନ୍ତୀ ବେହେରା, ସୁନାମଣି ଜେନା, ପୁଷ୍ପଲତା ଚକ୍ରବର୍ତ୍ତୀ, ବାସନ୍ତୀ ଦେ, ତୃପ୍ତିରାଣୀ ପାତ୍ର, ସୁବ୍ରତା ମହାନ୍ତି, ସ୍ନିଗ୍ଧା ସାମନ୍ତରାୟ, ସଂଗୀତା ବାରିକ, ଜୁମରନାଥ ପାତ୍ର, ପୁଷ୍ପିତା ପାଢ଼ୀ, ଦିବାକର ମହାନ୍ତି, ସମରାଇ କର, ରତିକାନ୍ତ ମଲ୍ଲିକ, ପ୍ରସନ୍ନ କୁମାର ଦାସ, ମଦନ ମୋହନ ସାହୁ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
Leave A Reply

Your email address will not be published.