ଉନ୍ମୋଚିତ ହେଲା ସଙ୍ଗୀତ ଜନଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ

0

ଭୁବନେଶ୍ୱର :  ତା 03/05/26ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା ର ଅଗ୍ରଣୀ ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ମାନରେ ଶୁଭ ସଂଗୀତ ସିଡ଼ି ଉନ୍ମୋଚିତ ହୋଇଯାଇଛି l ଏହି ଗୀତରେ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଓ ଜୟଶ୍ରୀ ଧଳ, ଚନ୍ଦ୍ରଭାନୁ କର ଗୀତ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ନାୟକ । ଏହି ଅବସରରେ ବାଙ୍କୀ ଅଞ୍ଚଳର ଜଣେ ଅସହାୟ କର୍କଟ ପିଡ଼ିତା ରଞ୍ଜୁଲତା ସାହୁଙ୍କୁ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ସେଥିରୁ ଆଦାୟ   ଅର୍ଥରାଶି ପ୍ରଦାନ କରାଯିବା ସହ କିଛି ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କୁ ଓଡ଼ିଆ ଅସ୍ମିତା ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ସଙ୍ଘ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ସମ୍ମାନିତ ଅତିଥିଭାବେ ଭାବେ ବରିଷ୍ଠ ସାମ୍ବାଦିକ,ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଫୋକସ ପ୍ଲସ ମୁଖ୍ୟ ସୁଧାଂଶୁ ରାଉତ, ମହିଳା ଉଦ୍ୟୋଗୀ ସୃଷ୍ଟି ସୌମେନ, କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ, ବିଶିଷ୍ଟ ଲେଖିକା, ଗବେଶିକା ଡ଼.ଭାଗ୍ୟଲିପି ମଲ୍ଲ, ଅକ୍ଷୟ ଯୁବ ସଂଘ ଆବାହକ ଶ୍ରୀମାନ ଅବିନାଶ ପଟ୍ଟନାୟକ, ବିଜେପି ନେତା ବିଭୁତି ସାହୁ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ, କବି ସୁନୀଲ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ସୁରେଶ କୁମାର ରାଉତରାୟଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା ଧନ୍ୟବାଦ ଅର୍ପଣ କରିଥିଲେ ସଙ୍ଘ ସଭାପତି ଧୀରେନ ଶଙ୍କର ଦାସ, ମଞ୍ଚ ପରିଚାଳନା ବିକାଶ ବାରିକ ଉପସଭାପତି ଡେଜି ଶତପଥୀ, ତନ୍ମୟ ସାମନ୍ତରାୟ, ଚିତ୍ତରଞ୍ଜନ  ଦାଶ, ରୋହିତ ନାୟକ  ଦେବପ୍ରସାଦ ମେକାପ,ଦୀପକ ବାରିକ କରିଥିବା ବେଳେ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବିଜୟ ପରିଡା, ରୋହିତ କୁମାର ପ୍ରତାପ ସାହୁ, ପ୍ରଦୀପ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ l

ବାପୁ ଓଝା
ପ୍ରତିଷ୍ଠାତା
ମୋ -9778290446

Leave A Reply

Your email address will not be published.