ବୃତ୍ତିଗତ ଜୀବନରୁ ଅବସର ଗ୍ରହଣ କଲେ ବ୍ୟଙ୍ଗ ଲେଖକ ରାଧାଶ୍ୟାମ ରାଉଳ : ଜୀବନବୀମା କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଭାବପୂର୍ଣ୍ଣ ବିଦାୟ ସଭା

0
ବାଲେଶ୍ୱର, ୩/୫ (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ବ୍ୟଙ୍ଗଲେଖକ ତଥା ସ୍ତମ୍ଭକାର ରାଧାଶ୍ୟାମ ରାଉଳ ଗତ ଏପ୍ରିଲ ୩୦ ତାରିଖରେ ଭାରତୀୟ ଜୀବନ ବୀମା ନିଗମ, କଟକ ଶାଖା-୧ର ପ୍ରଶାସନିକ ଅଧିକାରୀ ପଦରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।
ଶାଖା ପରିଚାଳକ ପ୍ରଶାନ୍ତ କୁମାର ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଜୟ କୁମାର ସାହୁ, ସୁସ୍ମିତା ହୋତା, ସ୍ମୃତିରେଖା ସାହୁ, ବିଦ୍ୟାଧର ପୃଷ୍ଟି, ସଏଦ୍ ଓସି ଅହମ୍ମଦ୍, ଉମାକାନ୍ତ ପୂଜାରୀ, ଜଲିରାଣୀ ନାୟକ, ରାମକୁମାର ବାରିକ, ସୁରେନ୍ଦ୍ର କୁମାର ଦାଶ, ହେମନ୍ତ କୁମାର ଜେନା, ବିଚିତ୍ର କୁମାର ଦଳେଇ, ଶରତ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ ,
ବକ୍ତାମାନେ ଶ୍ରୀ ରାଉଳଙ୍କ ନିଷ୍ଠା, କାର୍ଯ୍ୟଦକ୍ଷତା, ଶୃଙ୍ଖଳା, ସମୟାନୁବର୍ତ୍ତିତା, ଗ୍ରାହକସେବା ଓ ମଜାମଉଜ ସ୍ୱଭାବର ଉଚ୍ଚ ପ୍ରଶଂସା କରିଥିଲେ। କର୍ମକ୍ଷେତ୍ରରେ ଜଣେ ସଚ୍ଚୋଟ ଓ ସଚେତନ ପ୍ରଶାସକ ଭାବେ ପରିଚିତ ଶ୍ରୀ ରାଉଳ ସାହିତ୍ୟ ଜଗତରେ ମଧ୍ୟ ଜଣେ ସୁପରିଚିତ ବ୍ୟଙ୍ଗଲେଖକ ବୋଲି ଆଲୋଚକମାନେ ମତ ଦେଇଥିଲେ।
ନିଜ ଅନୁଭୂତି ବାଣ୍ଟି ଶ୍ରୀ ରାଉଳ କହିଥିଲେ, ସଂସ୍ଥାର ସ୍ୱାର୍ଥକୁ ସର୍ବଦା ପ୍ରାଥମିକତା ଦେଇ ସେ କୌଣସି ଚାପରେ ନ ଆସି ସତର୍କତା ଓ ଔଚିତ୍ୟର ସହ କାର୍ଯ୍ୟ କରିଆସିଛନ୍ତି।
ସହକର୍ମୀମାନେ ତାଙ୍କ ଅବସର ଜୀବନ ସୁଖମୟ, ଶାନ୍ତିମୟ ଓ ଅଧିକ ସୃଜନଶୀଳ ହେଉ ବୋଲି ଶୁଭକାମନା ଜଣାଇଥିଲେ। ସଭାରେ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ରାଉଳ ଓ ପୁତ୍ର ସଂକେତ କୁମାର ରାଉଳ ଉପସ୍ଥିତ ଥିଲେ।
Leave A Reply

Your email address will not be published.