ନିଆଁ ଭଳି ମାଡୁଛି ମାରାତ୍ମକ ଇବୋଲା ଭାଇରସ୍। ଆଫ୍ରିକୀୟ ଦେଶ କଙ୍ଗୋ ଓ ଉଗାଣ୍ଡାରେ ୮୦ରୁ ଅଧିକଙ୍କ ମୃତ୍ୟୁ। ୨୪୬ଟି ସନ୍ଦିଗ୍ଧ ଚିହ୍ନଟ ପରେ ଏମର୍ଜେନ୍ସୀ ଘୋଷଣା କଲା WHO।

ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ, କରୋନା ଭଳି ବାୟୁବାହିତ ନୁହେଁ।

0

ନୂଆଦିଲ୍ଲୀ :ବିଶ୍ବକୁ ମାଡ଼ିଆସିଲାଣି ଭୟଙ୍କର ଭାଇରସ୍। ଆଫ୍ରିକୀୟ ଦେଶଗୁଡ଼ିକରେ ଦ୍ରୁତ କାୟା ମେଲାଉଛି ଇବୋଲା ଭାଇରସ। ଏଥିରେ ବର୍ତ୍ତମାନ ସୁଦ୍ଧା ୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତ ହେଲେଣି ୩୩୬ ଜଣ। ଇବୋଲାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏମର୍ଜେନ୍ସୀ ଘୋଷଣା କରିଛି। ଏହି ରୋଗର ମୃତ୍ୟୁ ହାର ୫୦% ପର୍ଯ୍ୟନ୍ତ ପହଞ୍ଚିପାରେ। ଇବୋଲା ପାଇଁ କୌଣସି ଅନୁମୋଦିତ ଚିକିତ୍ସା କିମ୍ବା ଟିକା ନଥିବାରୁ ଚିନ୍ତା ବଢ଼ିଛି।

ବିଶ୍ବକୁ ଗ୍ରାସିବାକୁ ମାଡ଼ି ଆସୁଛି ଭୟଙ୍କର ଭାଇରସ୍। ନିମିଷକେ କରୁଛି ସଂକ୍ରମଣ।ପରିସ୍ଥିତି ଏମିତି କି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ସାରା ବିଶ୍ୱ ପାଇଁ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି। ରିପୋର୍ଟ ମୁତାବକ, ଆଫ୍ରିକୀୟ ଦେଶଗୁଡ଼ିକରେ ଦ୍ରୁତ ଗତିରେ ବ୍ୟାପିଥିବାରେ ଲାଗିଛି ଇବୋଲା ଭାଇରସ। କଙ୍ଗୋ ଏବଂ ଉଗାଣ୍ଡାରେ ଲଗାତାର ମାମଲା ବୃଦ୍ଧି ପାଉଛି। ୩୦୦ରୁ ଅଧିକ ସନ୍ଦିଗ୍ଧ ମାମଲା ଏବଂ ୮୮ ଜଣଙ୍କ ଜୀବନ ନେଲାଣି ଇବୋଲା ଭାଇରସ। ଡାକ୍ତରମାନେ ସନ୍ଦେହ କରୁଛନ୍ତି ଯେ, ଏହି ସଂକ୍ରମଣ ବୁଣ୍ଡିବୁଗୟୋ ଷ୍ଟ୍ରେନ ଦ୍ୱାରା ବ୍ୟାପୁଛି।

ଇବୋଲାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଭାଇରସ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ, ବାନ୍ତି କିମ୍ବା ଶରୀର ତରଳ ପଦାର୍ଥ ସହ ସମ୍ପର୍କରେ ଆସିଲେ ଏହା ବ୍ୟାପିଥାଏ। ଆକ୍ରାନ୍ତଙ୍କ ଠାରେ ଉଚ୍ଚ ଜ୍ୱର, ଦୁର୍ବଳତା, ବାନ୍ତି, ଡାଇରିଆ ଏବଂ ଅତି ଗୁରୁତର କ୍ଷେତ୍ରରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଦେଖାଯାଏ। ଏହି ରୋଗର ମୃତ୍ୟୁ ହାର 50% ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ଭାଇରସର ନିବାରଣ ପାଇଁ ଏଯାଏଁ କୌଣସି ଅନୁମୋଦିତ ଚିକିତ୍ସା କିମ୍ବା ଟିକା ନାହିଁ।

ତେବେ WHO କହିଛି ଯେ ବର୍ତ୍ତମାନ ଇବୋଲାର ପ୍ରକୋପ COVID-19 ପରି ଏକ ବିଶ୍ୱ ମହାମାରୀ ସୃଷ୍ଟି ନକରିପାରେ। ହେଲେ ସୀମାବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ଗତିବିଧି ଯୋଗୁଁ, ଏହି ଭାଇରସ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିପାରେ। ଏହି କାରଣରୁ WHO ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ଏକ ବିଶ୍ୱସ୍ତରୀୟ ଚେତାବନୀ ଜାରି କରିଛି।

ଭାରତ ସମେତ ଅନେକ ଦେଶ ବିମାନବନ୍ଦର ଏବଂ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ ନଜର ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.