ନୂଆଦିଲ୍ଲୀ : ଇରାନ ଆମେରିକା ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ପଦକ୍ଷେପ। ପେଟ୍ରୋଲ ଓ ଡିଜେଲ ଉପରୁ ସରକାର ହଟାଇଲେ ଏକ୍ସାଇଜ୍ ଡ୍ୟୁଟି। ପେଟ୍ରୋଲ ଏବଂ ଡିଜେଲ ପାଇଁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର।
ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ ଏହା ୧୩ ଟଙ୍କାରୁ ୩ ଟଙ୍କା ହୋଇଛି। ସେହିପରି ଡିଜେଲ ଉପରେ ଥିବା ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କାରୁ ଶୂନରେ ପହଞ୍ଚିଛି। ଇରାନ ଉପରେ ଆମେରିକା ଇସ୍ରାଏଲର ଯୁଦ୍ଧ ସ୍ଥିତି ମଧ୍ୟରେ ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି।
ହରମୁଜ୍ ପ୍ରଣାଳୀରେ ତେହେରାନ ଦ୍ୱାରା ଲଗାଯାଇଥିବା ଅବରୋଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ମଧ୍ୟରେ ଏହି ହ୍ରାସ କରିଛନ୍ତି ସରକାର। ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଦ୍ୱାରା ଏହାର ସିଧାସଳଖ ଲାଭ ତୈଳ ଉତ୍ପାଦିତ କମ୍ପାନୀ ପାଇବେ। ତେବେ ଏହାର ଲାଭ ଗ୍ରାହକଙ୍କୁ ମିଳିବ ନାହିଁ।
Comments are closed.