ଶେଷ ହେଲା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ସହ ରାଜ୍ୟର ବିଭିନ୍ନ ବାର ଆସୋସିଏସନ୍ ନିର୍ବାଚନ।

 ଭୁବନେଶ୍ଵର : ଶେଷ ହେଲା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ସହ ରାଜ୍ୟର ବିଭିନ୍ନ ବାର ଆସୋସିଏସନ୍ ନିର୍ବାଚନ। ବରିଷ୍ଠ ଆଇନଜୀବି ଲଲାଟେନ୍ଦୁ ସାମନ୍ତରାୟ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଇନଜୀବି ହୃଦାନନ୍ଦ ମହାପାତ୍ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ଅନ୍ୟପଟରେ ଶେଷ ହୋଇଛି ଭୁବନେଶ୍ଵର ବାର୍ ଆସୋସିଏସନ୍ ନିର୍ବାଚନ। ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଛୋଟରାୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସୁମନ ରାଉତରାୟ ସଂପାଦକ, ସୁଶାନ୍ତ ଦାସ ଉପ ସଭାପତି, ସଙ୍ଗୀତା ପଟ୍ଟନାୟକ ଯୁଗ୍ମ ସମ୍ପାଦକ ହୋଇଛନ୍ତି। ସେହିପରି ଜ୍ୟୋତିର୍ମୟୀ ପଣ୍ଡା ସହ ସମ୍ପାଦକ, ହିତେନ୍ ନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୮ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି ।

ଏବଂ କୋରାପୁଟ ବାର ଆସୋସିଏସନର ନିର୍ବାଚନ ଶେଷ ହୋଇଛି। ସଭାପତି ଭାବେ ପ୍ରଭାତ କୁମାର ମହାପାତ୍ର , ଉପସଭାପତି ଭାବେ ନିତ୍ୟାନନ୍ଦ ମହାନ୍ତି ବିଜୟୀ ହୋଇଛନ୍ତି।  ଗଞ୍ଜାମ ଓକିଲ ସଂଘ ନିର୍ବାଚନୀ   ର ମଧ୍ୟ ଫଳାଫଳ ଘୋଷଣା। ସଭାପତି ଭାବେ ସୀତାଂଶୁ ଶେଖର ପଣ୍ଡା ବିଜୟ ହୋଇଥିବା ବେଳେ ଉପ ସଭାପତି ଭାବେ ସତ୍ୟ ନାରାୟଣ ବସନ୍ତିଆ ବିଜୟୀ ହୋଇଛନ୍ତି । ସେହିପରି ସମ୍ପାଦକ ଭାବେ ଜଗନ୍ନାଥ ମିଶ୍ର ଓ  ସହସମ୍ପାଦକ ରଂଜନ କୁମାର ସାମନ୍ତରାୟ ବିଜୟୀ ହୋଇଛନ୍ତି।

 

Comments are closed.