ତ୍ୟାଗ, ମର୍ଯ୍ୟାଦା, ନୀତି ଆଦର୍ଶର ପ୍ରଭୁ ଶ୍ରୀରାମ
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ବେଦ ଓ ଉପନିଷଦ କହେ ସନାତନ ହିନ୍ଦୁ ଧର୍ମ ସର୍ବପୁରାତନ ଓ ସର୍ବଶ୍ରେଷ୍ଠ । ମହାନ୍ ଦାର୍ଶନିକ ତଥା ମହାପୁରୁଷ ସ୍ଵାମୀ ବିବେକାନନ୍ଦ ହିନ୍ଦୁ ସନାତନ ଧର୍ମର ମୂଳମନ୍ତ୍ର ବସୁଧୈବ କୁଟୁମ୍ବକମ୍ ବାର୍ତ୍ତାକୁ ସାରା ବିଶ୍ଵରେ ପହଞ୍ଚାଇଥିଲେ ଏବଂ ସନାତନ ଧର୍ମର ପ୍ରକୃତ ଉଦ୍ଦେଶ୍ୟ ସରଳ ନିର୍ଭୁଲ ଓ ପ୍ରାଞ୍ଜଳ ଭାବରେ ତାର ବ୍ୟାଖ୍ୟା ଆମେରିକାର ଚିକାଗୋ ସହରରେ ନିଜର ଓଜସ୍ୱିନୀ ବକ୍ତୃତା ଦ୍ଵାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଚିକାଗୋର ଧର୍ମ ସମ୍ମିଳନୀରେ ସେ ସନାତନ ହିନ୍ଦୁଧର୍ମକୁ ସଠିକ ଭାବରେ ଉପସ୍ଥାପନ କରିଥିବାରୁ ଆମଦେଶ ଭାରତର ସଂସ୍କୃତି ଓ ପରମ୍ପରା ର ମହାନତା ର ଗାଥାସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଥିଲା |ହିନ୍ଦୁ ସନାତନ ଧର୍ମର ମୂଳମନ୍ତ୍ର ଅହିଂସା | ଏଥିରେ ହିଂସାର କୌଣସି ସ୍ଥାନ ନାହିଁ | ବସୁଧୈବ କୁଟମ୍ବକମ ନୀତି ଉପରେ ହିନ୍ଦୁ ସନାତନ ଧର୍ମ ପର୍ଯ୍ୟବେଶିତ | ସବୁ ଧର୍ମକୁ ସମ୍ମାନ ଏହାର ମୁଖ୍ୟ ଲକ୍ଷ୍ୟ | ସନାତନ ଧର୍ମ ଯେ ସର୍ବଶ୍ରେଷ୍ଠ ଏହା
ଭଗବାନଙ୍କ ମୁଖନିସୃତ ବାଣୀ ଅତିପବିତ୍ର ଗ୍ରନ୍ଥ ଭଗବତଗୀତା ରେ ଏହାର ଯଥେଷ୍ଟ ପ୍ରଣାମ ରହିଛି | ମନୁଷ୍ୟର ଦୈନଦିନ ଜୀବନରେ ଘଟୁଥିବା ସମସ୍ତ ସମସ୍ୟାର ସରଳ ସମାଧାନ ଏହି ପବିତ୍ର ଧର୍ମଗ୍ରନ୍ଥ ଭଗବତଗୀତାରେ ବର୍ଣ୍ଣିତ |
ସେଥିପାଇ କୁହାଯାଇଛି ସର୍ବ ପୁରାତନ ଧର୍ମ ସତ୍ୟରେ ସ୍ଥାପିତ, ସନାତନ ଧର୍ମ ନାମେ ବିଶ୍ଵରେ ବିଦିତ | ବେଦରେ ପର୍ଯ୍ୟବେଶିତ ଏହି ଆମ ଧର୍ମ, ସର୍ବଦା ବିକାଶଶୀଳ ବୈଜ୍ଞାନିକ ଧର୍ମ, ପୃଥିବୀର ସୃଷ୍ଟି ବେଳୁ ରହିଛି ଏକ ଧର୍ମ ଏବଂ ସୃଷ୍ଟି ନାଶ ଯାଏ ରହିବ ଏ ଧର୍ମ । ବହୁମତ ବହୁପଥ ମିଳିତ ଏଠାରେ, ସ୍ଥାପିତ ନୁହେଁ ଏ ଧର୍ମ ବ୍ୟକ୍ତି ବିଶେଷରେ |
ବିନାଶ କରିବା ପାଇଁ ଏ ଧର୍ମ ଅସ୍ଥିତ୍ୱ, ବିଧର୍ମୀ ଷଡ଼ଯନ୍ତ୍ର ର ରହିଛି ଦୃଷ୍ଟ।ନ୍ତ, ସବୁ ଭୟ ପ୍ରଲୋଭନ କରି ପ୍ରତିହତ, ଆଜିବି ଏ ଧର୍ମ ଅଛି ଦିଗନ୍ତ ବିସ୍ତୃତ | ସତ୍ୟ ଓ ଅହିଂସା ମୂଳତତ୍ତ୍ଵ ଏ ଧର୍ମର, ଦୟା, କ୍ଷମା,ଦାନ, ପରୋପକାର ଚ଼ରିତ୍ର ହିନ୍ଦୁ ର | ଅହିଂସା ପରମ ଧର୍ମ ମାନିଥାଏ ହିନ୍ଦୁ | ଧର୍ମ, ଅହିଂସା ନୀତି ପାଳିଥାଏ ହିନ୍ଦୁ | ଭାଗବତ ଗୀତା ହିନ୍ଦୁ ଜୀବନ
ଆଦର୍ଶ | ତହିଁରେ ରହିଛି ସବୁ ଜ୍ଞାନର ନିଷ୍କର୍ଷ | ଋକ,ସାମ, ଯଜୁ ଏବଂ ଅଥର୍ବ ଯେ ବେଦ, କୋଟି ବ୍ରହ୍ମାଣ୍ଡର ଜ୍ଞାନ ତହିଁ ଲିପିବଦ୍ଧ | ଅନେକ ପରମ୍ପରା ଓ ଦର୍ଶନ ନୀତି,ନିୟମ ଆଦର୍ଶ ର ମେଳ, ସନାତନ ଧର୍ମ ଏହାଥିବ ଚିରକାଳ | ମହାଭାରତ ଯୁଦ୍ଧକ୍ଷେତ୍ରରେ ମୋହବଦ୍ଧ ଅର୍ଜୁନଙ୍କ ଉଦ୍ଦେଶ୍ଯ ରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଥିଲେ, ଯେତେବେଳେ ସଂସାରରେ ଧର୍ମର ପରାଭବ ଘଟି ଅଧର୍ମର ଉତଥାନ ହୁଏ, ମୁଁ ସେତେବେଳେ ବିଧର୍ମୀମାନଙ୍କୁ ବିନାଶକରି ଧର୍ମର ସୁରକ୍ଷା ଏବଂ ସାଧୁ ମାନଙ୍କର ପରିତ୍ରାଣ ପାଇଁ ଅବତାର ଗ୍ରହଣ କରେ | ଅତ୍ୟାଚାରୀ ଶାସକମାନେ ଆମ ସଂପ୍ରସାରଣର ହୀନ ମନବୃତ୍ତି ବଶତଃ ଧର୍ମ ଭଳି ଶବ୍ଦକୁ ରାଜନୈତିକ ସ୍ୱାର୍ଥସାଧନରେ ବ୍ୟବହାର କରୁଛନ୍ତି | ଅତ୍ୟାଚାରୀ ଓ ଅଧର୍ମୀ ଆଉରଙ୍ଗଜେବଙ୍କ ଧର୍ମଭୀର୍ଥିକ ରାଜନୀତି ତତ୍କାଳୀନ ହିନ୍ଦୁ ପ୍ରଜାମାନଙ୍କୁ ନିର୍ଯାତନା ଓ ଅତ୍ୟାଚାର ସହିବାକୁ ପଡିଥିଲା | ଏପରିକି ପରବର୍ତ୍ତୀ କାଳରେ ବ୍ରିଟିଶ ଶାସକମାନେ ମଧ୍ୟ ସ୍ଵଧର୍ମର ପ୍ରଚାର ନିମନ୍ତେ ଭାରତୀୟ ଧର୍ମ ଓ ସଂସ୍କୃତି ଉପରେ ଛୁରିକାଘାତ କରିବାକୁ ସବୁ କଳ,ବଳ, କୌଶଳ ଉପଯୋଗ କରିଥିଲେ | ସେ ହୃଦୟ ବିଦାରକ ନିର୍ଯାତନାର କାହାଣୀ ଇତିହାସ ପୃଷ୍ଠାରୁ କେବେ ଲିଭିଯିବ ନାହିଁ |ଧର୍ମନିରପେକ୍ଷତା ଆଜି କେବଳ ଆଧୁନିକ ଭାରତର ଏକ ସ୍ଲୋଗାନ ନୁହେଁ, ଏହାର ଐତିହ୍ୟ ସୁପ୍ରାଚୀନ ଅଟେ | ବୁଦ୍ଧଦେବ, ଯୀଶୁ, ମହମ୍ମଦ, ଶଙ୍କରାଚାର୍ଯ୍ୟ, ବଳରାମ ଦାସ, ଶ୍ରୀ ଚୈତନ୍ୟ ଦେବ, ସନ୍ଥ ତୁଳସୀ ଦାସ, ମହାତ୍ମାକବୀର, ସ୍ୱାମୀ ବିବେକାନନ୍ଦ ପରି ମହାପୁରୁଷ ଏଠାରେ ଜନ୍ମଗ୍ରହଣ କରି ସେମାନଙ୍କ ମାନବବାଦ ବାଣୀ ଶୁଣାଇ ଯାଇଛନ୍ତି |କେହି କୂତ୍ରାପି କୌଣସି ଧର୍ମ ପତି ବିଦ୍ୱେଷ
ଭାବ ପୋଷଣ କରି ନାହାନ୍ତି | ସମସ୍ତେ ସେହି ଗୋଟିଏ ମହାନ ଉଦ୍ଦେଶ୍ ରେ ଅଭିପ୍ରେତ ହୋଇଛନ୍ତି ଓ ସମସ୍ତେ ସେହି ଗୋଟିଏ ସାର୍ବଜନୀନ ବାଣୀ ଶୁଣାଇଛନ୍ତି | ତାହା ହେଉଛି ମାନବ ସମାଜର କଲ୍ୟାଣ ସାଧନ | ବୌଦ୍ଧଧର୍ମର ପ୍ରବକ୍ତା ମହାପୁରୁଷ ଗୌତମ ବୁଦ୍ଧ ଧର୍ମନିରପକ୍ଷତାର ପ୍ରଥମ ପ୍ରବକ୍ତା | ମୋଗଲ ସମ୍ରାଟ ଆକବର ନିଜର ଉଦାରତା ଓ ନିରକ୍ଷେପତା ବଳରେ ହିନ୍ଦୁ- ମୁସଲମାନ ଉଭୟଙ୍କର ଅତ୍ୟନ୍ତ ପ୍ରିୟଭାଜନ ହୋଇପାରିଥିଲେ | ସେ ସର୍ବଧର୍ମର ସାରମର୍ମକୁ ସଂଗ୍ରହ କରି ଦିନ -ଇ –ଇଲାହି ନାମକ ଏକ ସମନ୍ବିତ ଧର୍ମର ପ୍ରଚାର କରିଥିଲେ | ଏପରିକି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି ସର୍ବ ଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଏହାର ଅର୍ଥ ସବୁ ଧର୍ମକୁ ପରିତ୍ୟାଗ କରି ମୋର ଶରଣ ନିଅ ; ସୁତରାଂ ଧର୍ମନିରପେକ୍ଷତା ହେଉଛି ପୁଣ୍ୟଭୂମି ଭାରତର ମର୍ମବାଣୀ | ସର୍ବପୁରାତନ ସର୍ବଶ୍ରେଷ୍ଠ ସନାତନ ଧର୍ମର ଉତପତ୍ତି ସୃଷ୍ଟିର ଆରମ୍ଭରୁ ରହିଛି ଏବଂ ମାନବସଭ୍ୟତା ରହିଥିବା ଯାଏଁ ଏହାର ଅସ୍ତିତ୍ଵ ରହିଥିବ | କ୍ଷମତାପିପାସୁ ରାଜନେତା, ବିଧର୍ମୀ ବ୍ୟକ୍ତିବିଶେଷ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ସନାତନ ହିନ୍ଦୁ ଧର୍ମ ବିରୋଧରେ କରାଯାଉଥିବା ଷଡଯନ୍ତ୍ର ସେମାନଙ୍କୁ ରସାତଳଗାମୀ କରିଦେବ ଏବଂ ଭବିଷ୍ୟତ ରେ ସେମାନଙ୍କ ଅସ୍ତିତ୍ବର ବିଲୁପ୍ତ ଘଟିବ | ଏଥିରେ ସନ୍ଦେହର କୋଣସି ଅବକାଶ
ନାହିଁ | ଏ ବିଶ୍ୱବ୍ରହ୍ମାଣ୍ଡରେ କୋଣସି ଶକ୍ତି ନାହିଁ ଯାହାକି ହିନ୍ଦୁ ସନାତନ ଧର୍ମର ମୂଳତ୍ପାଟନ କରିଦେବ | ଏକବିଂଶ ଶତାବ୍ଦୀର ମଣିଷ ଜାତି, ଧର୍ମ ଓ ସଂପ୍ରଦାୟ ନାମରେ ହତ୍ୟା, ବ୍ୟଭିଚାର,ଧର୍ଷଣ, ଲୁଣ୍ଠନ, ଚୋରି, ଡକାୟତି କରିବାକୁ ପଛଘୁଞ୍ଚା ଦେଉନାହିଁ | ଏତାଦୃଶକାର୍ଯ୍ୟ ଦ୍ୱାରା କୋଣସି ରାଷ୍ଟ୍ର ର ଉନ୍ନତି ଅସମ୍ଭବ | ଏ କଥା ସମସ୍ତେ ହୃଦୟଙ୍ଗମ କରିବା ଉଚିତ ଯେ ଆମ ସମସ୍ତଙ୍କର ଗୋଟିଏ ଜାତି ତାହା ହେଉଛି ମାନବ ଜାତି ଏବଂ ସମସ୍ତ ଙ୍କର ଗୋଟିଏ ଧର୍ମ ତାହା ହେଉଛି ମାନବ ଧର୍ମ | ପଣ୍ଡିତ ବିଷ୍ଣୁ ଶର୍ମା କହିଥିଲେ, ବସୁଧୈବ କୁଟୁମ୍ବକମ୍ ଅର୍ଥାତ ସମର୍ଗ ବସୁଧା ହେଉଛି ଗୋଟିଏ କୁଟୁମ୍ବ | ଏହି ମହାନ ବାଣୀ କୁ ଆମେ ଭାରତୀୟ ମାନେ ମନ୍ତ୍ର ଭଳି ଗ୍ରହଣ କରିନେଲେ ବହୁ ସମସ୍ୟାର ସମାଧାନ ସହଜରେ ହୋଇପାରିବ | ରାମାୟଣ ପୁରାଣରେ ଆମ ଜୀବନ ସହିତ ଆଧାରିତ ବିଷୟବସ୍ତୁ ଦେଖିବାକୁ ମିଳେ | ଏକବିଂଶ ଶତାବ୍ଦୀର ମନୁଷ୍ୟ ପ୍ରଭୁ ଶ୍ରୀରାମଙ୍କର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ ସମ୍ପାଦନ କରିପାରିଲେ ରାମରାଜ୍ୟର ପରିକଳ୍ପନା ବାସ୍ତବରେ ସମ୍ଭବ ହୋଇପାରିବ | ପିତୃସତ୍ୟ ପାଳନ କରିବା ପାଇଁ ଯେପରି ଭଗବାନ ଶ୍ରୀରାମ ୧୪ବର୍ଷ ଧରି ବନବାସରେ ଅତିବାହିତ କରିଥିଲେ | ସେହିପରି ମନୁଷ୍ୟ ଜୀବନ ରେ ଯେତେ ବାଧାବିଘ୍ନ, ଦୁଃଖକଷ୍ଟ,ଘାତପ୍ରତିଘାତ ଆସିଲେ ମଧ୍ୟ କଦାପି ସତ୍ୟପଥରୁ ବିଚ୍ୟୁତ ହେବା କାପୁରୁଷର ଲକ୍ଷଣ | ଭଗବାନ ଶ୍ରୀରାମ ସତ୍ୟ,ଧର୍ମ, ନ୍ୟାୟ ଏବଂ ଆଦର୍ଶର ମୃତ୍ତିମନ୍ତ ପ୍ରତୀକ ଥିଲେ |ଏହିସବୁ ମହନୀୟ ଗୁଣ ମନୁଷ୍ୟ ନିଜର ବାସ୍ତବ ଜୀବନରେ ଉପଯୋଗ କରିପାରିଲେ ସେ ନିଜକୁ ପ୍ରତିଷ୍ଠିତ କରିପାରିବ | ଭଗବାନ ଶ୍ରୀରାମ ଯେପରି ବିଶ୍ୱବ୍ରହ୍ମାଣ୍ଡର ଛୋଟ କୀଟପତଙ୍ଗ ଠାରୁ ଆରମ୍ଭ କରି ପଶୁପକ୍ଷୀ, ମନୁଷ୍ୟ ପ୍ରଯ୍ୟନ୍ତ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ | ତାଙ୍କ ପାଖରେ ଉଚ୍ଚନୀଚର ଭେଦଭାବ ନଥିଲା | ସେହିପରି ଆମକୁ ଅହଂକାର ପରିହାର କରି ସମସ୍ତଙ୍କୁ ଆପଣାର ଭାବିବାକୁ ପଡିବ, କାହାକୁ ବି ହେୟଜ୍ଞାନ ମନେକରିବା ଉଚିତ ନୁହେଁ | ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଆବଶ୍ୟକ | ପ୍ରଭୁ ଶ୍ରୀରାମ ଯେପରି ନମ୍ର ଶାଳୀନତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରୁଥିଲେ ତାହା ଏକବିଂଶ ଶତାବ୍ଦୀର ମନୁଷ୍ୟ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ | ମନୁଷ୍ୟକୁ ସଫଳ ହେବାକୁ ହେଲେ ବାସ୍ତବ ଜୀବନରେ ନମ୍ର, ଉଦାରବାଦୀ, ଦୟାଳୁ, କର୍ତ୍ତବ୍ୟନିଷ୍ଟ, ସତ୍ୟବାଦୀ ହେବାକୁ ପଡିବ | ଭଗବାନ ଶ୍ରୀରାମ ଆଦର୍ଶବାଦୀ, ନ୍ୟାୟବନ୍ତ, ପ୍ରଜାଅନୁରାଗୀ, ସତ୍ୟନିଷ୍ଟ ରାଜା ଥିଲେ | ଠିକ୍ ସେହିପରି ଏକବିଂଶ ଶତାବ୍ଦୀର ରାଜନେତା କ୍ଷମତା ମୋହରେ ଅନ୍ଧ ନହୋଇ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟରୁ ବଞ୍ଚିତ ହେଉଥିବା ଗରିବ ଓ ଅସହାୟ ଜନତାଙ୍କ ସେବା କରିବା ଉଚିତ | ପ୍ରଭୁ ଶ୍ରୀରାମ ଯେପରି ନିଜର ନୀତି, ଆଦର୍ଶ,ନୈତିକତା ସହିତ କୌଣସି ସାଲିସ କରୁନଥିଲେ ଠିକ୍ ସେହିପରି ଯେତେ ବାଧାବିଘ୍ନ ଘାତପ୍ରତିଘାତ ଆସିଲେ ମଧ୍ୟ୍ୟ ଆମେ ନିଜର ନୈତିକତା, ନୀତି, ଆଦର୍ଶ ସହିତ ସାଲିସ କରିବା ଅନୁଚିତ | ଯେପରି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ମୃତ୍ୟୁଶଯ୍ୟାରେ ପଡିରହିଥିବା ଅହଂକାରୀ ଦାନବ ରାବଣ ଠାରୁ ଶିକ୍ଷା ଗ୍ରହଣ କରିବା ପାଇଁ ନିଜର କନିଷ୍ଠ ଭାତ୍ରା ଲଷ୍ମଣଙ୍କୁ ପ୍ରେରଣ କରି ନିଜର ମହାନତା, ନମ୍ରତାର ପରିଚୟ ଦେଇଛନ୍ତି ଏହା ସଦାସର୍ବଦା ମାନବଜାତି ପାଇଁ ପ୍ରେରଣାଦାୟୀ | ଏକବିଂଶ ଶତାବ୍ଦୀର ରାଜନେତା ନିଜର ରାଜନୈତିକ ପ୍ରତିଦ୍ବନ୍ଦୀଙ୍କୁ ଶତ୍ରୁ ନଭାବିକାଦୁଅଫିଙ୍ଗା ରାଜନୀତିରୁ ନିବୃତ୍ତ ରହି ପରସ୍ପର ମିଳିତ ସହଯୋଗ ଓ ବୁଝାମଣାରେ ଆମ ରାଷ୍ଟ୍ରର ଉନ୍ନତି ପାଇଁ ସବୁ ପ୍ରକାର ଉଦ୍ୟମ କରିବା ଆବଶ୍ୟକ | ଏହିପରିହୋଇପାରିଲେ ରାମରାଜ୍ୟର ପରିକଳ୍ପନା ବାସ୍ତବରେ ସମ୍ଭବ ହୋଇପାରିବ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ |
ଆଶୁତୋଷ ନାୟକ
ଗୋପାଳପୁର, ବାଲେଶ୍ୱର
ମୋବାଇଲ : 7020611300
Comments are closed.