ଗୁମ୍ମା ବ୍ଲକର ଦଶମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।

ଗଜପତି (ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକର ଦଶମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁଲାରାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢୀ ଏବଂ ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳଙ୍କ ସମେତ ଅନେକ ଅଧିକାରୀ ଏବଂ ପଞ୍ଚାୟତ ରାଜ ପ୍ରତିନିଧି ଯୋଗ ଦେଇଥିଲେ।ଏହି ଅବସରରେ ଗୁମ୍ମା ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପର୍ଯ୍ୟାଲୋଚନା କରାଯାଇଥିଲା। ଅତିଥି ମାନେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଗ୍ରାମୀଣ ବିକାଶ, ପାନୀୟ ଜଳ ଏବଂ ସାର୍ବଜନୀନ କାର୍ଯ୍ୟ ସହିତ ଜଡିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା।ନିର୍ବାଚିତ ପ୍ରତିନିଧିମାନେ ସାଂସଦ ଏବଂ ବିଧାୟକଙ୍କ ଦ୍ୱାରା ନିଆଯାଇଥିବା ସହଯୋଗ ମୂଳକ ଆଭିମୁଖ୍ୟ ପାଇଁ ପ୍ରଶଂସା ପ୍ରକାଶ କରିଥିଲେ। ଏହା ସହିତ, ଏହି କାର୍ଯ୍ୟକ୍ରମରେ ରାସ୍ତା ଏବଂ କୋଠା ସମେତ ଗ୍ରାମୀଣ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ହିତାଧିକାରୀମାନଙ୍କୁ ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଗତ ଜମି ପଟ୍ଟା ବଣ୍ଟନ କରାଯାଇଥିଲା।

Comments are closed.