ଗଜପତି(ମନୋଜ ପାଢ଼ୀ) :-ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ ଇଡକୋର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଡି.ପ୍ରଶାନ୍ତ କୁମାର ରେଡ୍ଡୀ ଆଜି ଗଜପତି ଜିଲ୍ଲାକୁ ଦ୍ବିତୀୟଥର ପାଇଁ ଗସ୍ତ କରିବା ସହ ଜିଲ୍ଲାର ଗୋଷାଣି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ଅନ୍ତର୍ଗତ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପ, ଭୋଟର ତାଲିକା ଯାଞ୍ଚ ସମ୍ବନ୍ଧୀୟ ପ୍ରକ୍ରିୟା ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।ଏହାପରେ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ‘ସୁପର୍ ଚେକିଂ’ ପ୍ରକ୍ରିୟାର ଅଂଶ ସ୍ୱରୂପ ବିଭିନ୍ନ ବୁଥ ସ୍ତରରେ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଭୋଟର ତାଲିକା ସମ୍ବନ୍ଧୀୟ କ୍ଷେତ୍ର ସ୍ତରୀୟ କାର୍ଯ୍ୟ ଓ ଯାଞ୍ଚ ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିଥିଲେ।ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ଅନ୍ତର୍ଗତ ଚାଲିଥିବା କାର୍ଯ୍ୟକଳାପ, ଭୋଟର ତାଲିକା ସମ୍ବନ୍ଧୀୟ ବିଭିନ୍ନ ବିଷୟ ଓ କ୍ଷେତ୍ର ସ୍ତରରେ ହେଉଥିବା ଯାଞ୍ଚ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହନାଗା ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ଏବଂ ଏସ୍ଆଇଆର କାର୍ଯ୍ୟର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, ଉପ ଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା, ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝୀ ଓ ଶ୍ରୀ ଅମିତ ବିଶ୍ୱାଳ, ସହକାରୀ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏବଂ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.