ସ୍ୱାତୀ ମାଲିୱାଲ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି।

ନୂଆଦିଲ୍ଲୀ : ରାଜନୀତିରେ ଏଣ୍ଟ୍ରି କଲେ ସ୍ୱାତୀ ମାଲିୱାଲ। ସ୍ୱାତୀ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଜାନୁଆରୀ ୧୯ ତାରିଖରେ ଦିଲ୍ଲୀ ପାଇଁ ରାଜ୍ୟସଭା ନିର୍ବାଚନ କରାଯିବ ।

ଯେଉଁଥିରେ ସ୍ୱାତୀ ହେବେ ଆପ୍ ର ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପିଏସି ବୈଠକରେ ସ୍ୱାତୀଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା। କେବଳ ସ୍ୱାତୀ ନୁହଁନ୍ତି ସଞ୍ଜୟ ସିଂ ଓ ଏନ ଡି ଗୁପ୍ତାଙ୍କୁ ୨ୟ ଥର ପାଇଁ ନିଜ ନିଜ ଆସନରୁ ପ୍ରାର୍ଥୀ କରିବା ଲାଗି କମିଟି ନିଷ୍ପତ୍ତି ନେଇଛି।

ସ୍ୱାତୀ ପ୍ରଥମଥର ଲାଗି ସଂସଦୀୟ ବ୍ୟାପାରରେ ଭାଗ ନେବେ। ୨୦୨୫ ମସିହାରେ ତାଙ୍କୁ ଦିଲ୍ଲୀ ମହିଳା କମିଶନ ଚେୟାର ପର୍ସନ ଭାବେ ନିଯୁକ୍ତ କରାଯାଇଥିଲା। ଦିଲ୍ଲୀରେ ଏସିଡ୍ ଆଟାକ୍ , ଯୌନ ଉତ୍ପୀଡନ ଓ ମହିଳା ସୁରକ୍ଷାଜନିତ ପ୍ରତିକାର ଦିଗରେ ସେ ନେତୃତ୍ୱ ନେଇଥିଲେ ।

Comments are closed.