ବାଲେଶ୍ୱର, ୧୧ ଅଗଷ୍ଟ(କୃଷ୍ଣ କୁମାର ମହାନ୍ତି): ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବାଲେଶ୍ୱରରେ ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନ୍ ପକ୍ଷରୁ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସକୁ ନେଇ ବିଭିନ୍ନ ସଚେତନତାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଅବସରରେ ଅନୁଷ୍ଠିତ ହେବ।
ଏନେଇ ଆଜି ବାଲେଶ୍ୱର ଉଦ୍ୟୋଗ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନ୍ର ଚେୟାରମ୍ୟାନ୍ ସଂଗ୍ରାମ ଦାସ କାର୍ଯ୍ୟକ୍ରମର ରୂପରେଖା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଯୁବପିଢ଼ିଙ୍କ ମନରେ ଦେଶପ୍ରେମ, ଜାତୀୟତାବୋଧ ଏବଂ ଦେଶର ଅଖଣ୍ଡତା ଓ ଏକତା ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ। ସ୍ୱାଧୀନତା ସଂଗ୍ରାମର ତ୍ୟାଗ ଓ ବଳିଦାନର ଇତିହାସକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ସହ ଜାତୀୟ ଚେତନାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ପ୍ରୟାସ ଉଦ୍ଦିଷ୍ଟ ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବାଲେଶ୍ୱରବାସୀ, ଯୁବବର୍ଗ ଓ ଦେଶପ୍ରେମୀ ନାଗରିକମାନେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ଫାଉଣ୍ଡେସନ୍ ପକ୍ଷରୁ ଆହ୍ୱାନ ଜଣାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନ୍ର ସଭାପତି ଅସିତ କୁମାର ଦାସ, ସାଧାରଣ ସମ୍ପାଦକ ଶ୍ରୀମାନ ଶ୍ରୀଚନ୍ଦନଙ୍କ ସମେତ ସୁଜୟ ଆଚାର୍ଯ୍ୟ, ସୀମନ ଦାସମହାପାତ୍ର, ସତ୍ୟପ୍ରକାଶ ପତି, ଜୟଦେବ ଖୁଣ୍ଟିଆ, ଅନୁପମ ମିଶ୍ର, ସମରେଶ ସାମଲ, ନିରଞ୍ଜନ, ତାପସ ପାଣିଗ୍ରାହୀ, ସୌଭାଗ୍ୟ ମାନସ ନାୟକ, ବିକାଶ ପାଢ଼ୀ, ହ୍ରିତିକ ନାୟକ, ଜୟରାମ ଦାସ, ସମ୍ବିତ ସାବନ ବିଶ୍ୱାଳ, ରାମଚନ୍ଦ୍ର ସେଠୀ, ଅଜୟ ପ୍ରଧାନ, ସିଦ୍ଧାର୍ଥ କୁଇଲି, ଅନିନ୍ତ୍ୟ ଦାସ, ସୁବର୍ଣ୍ଣ କେଶରୀ ସାମଲ, ସଲିମ ସୁବାଶ, ବିଶ୍ୱଜିତ ପ୍ରମାଣିକ, ଜ୍ୟୋତି ସାମଲ, ଯାଜ୍ଞସେନୀ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ଜୀବନ ସଂଗ୍ରାମ ମିଶ୍ର, ସୁଶୀଲ ପଣ୍ଡା ଓ ରାଜେଶ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.