ସ୍ଵିଜରଲାଣ୍ଡର ଜାତୀୟ ରଗବୀ ଦଳରେ ଚୟନ ହେଲେ ଓଡିଆ ପୁଅ,

ଭୁବନେଶ୍ଵର: ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ପୁଅ କବୀର ଦାସ। ସ୍ଵିଜରଲାଣ୍ଡ ରଗବୀ ଜାତୀୟ ଦଳ ପାଇଁ କବୀର ଚୟନ ହୋଇଛନ୍ତି। ସ୍ଵିଜରଲାଣ୍ଡ ଜାତୀୟ ଦଳରେ କବୀର ଏକ ମାତ୍ର ଭାରତୀୟ ଏବଂ ଓଡିଆ ଖେଳାଳି।

କବୀର ସ୍ଵିଜରଲାଣ୍ଡର ବାସେଲ କ୍ୟାଣ୍ଟନ ଦଳରୁ ରଗବୀ ଖେଳିବା ଆରମ୍ଭ କରିଥିଲେ। ନିଜର ଚମତ୍କାର ପ୍ରଦର୍ଶନରେ ସେ ସଭିଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ଧିରେ ଧିରେ ନିଜ ଖେଳରେ ଆହୁରି ଉନ୍ନତି ଆଣି ଏବେ ସେ ସ୍ଵିଜରଲାଣ୍ଡ ଜାତୀୟ ଦଳର ସଦସ୍ୟ ହୋଇଛନ୍ତି। ସେ ସ୍ଵିଜରଲାଣ୍ଡ ତରଫରୁ ୟୁରୋପୀୟନ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି। ଏବେ ତାଙ୍କୁ ଚାରି ଆଡୁ ପ୍ରଶଂସାର ସୂଅ ଛୁଟୁଛି।

କବୀର ହେଉଛନ୍ତି ଆନିନ୍ଦ୍ୟ ଦାସଙ୍କ ପୁଅ। ସେ ଦଶମ ଶ୍ରେଣୀର ଛାତ୍ର। ବାପା ଆନିନ୍ଦ୍ୟ ସ୍ଵିସ୍ ଆମେରିକା ବହୁରାଷ୍ଟ୍ରୀୟ ଔଷଧ ନିଗମ ନୋଭାରଟିସରେ ଜଣେ ବରିଷ୍ଠ ଅଧିକାରୀ ଭାବେ  କାମ କରୁଛନ୍ତି। ଏଥିସହ ସେ ଡ୍ୟୁକ୍ ଅପ ଏଡିନବର୍ଗ ଟ୍ରାକିଂ ଟିମର ସଦସ୍ୟ ଭାବେ ନିଜ କାମ ପୂରା କରିଛନ୍ତି।

Comments are closed.