ସର୍ବ ଭାରତୀୟ ଜେଲ ମିଟ୍ କ୍ରୀଡା ପ୍ରତିଯୋଗିତା , ଶୁଭଲିପ୍ସାଙ୍କୁ ଡବଲ ସ୍ଵର୍ଣ

ଗୁଜୁରାଟର ଅହମ୍ମଦାବାଦସ୍ଥିତ ଏକ୍ ଏରେନା ଷ୍ଟାଡିୟମରେ ଚାଲିଥିବା ସର୍ଵ ଭାରତୀୟ ଜେଲ ଆଥଲେଟ ମିଟ୍ ରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରୁଥିବା ଶୁଭଲିପ୍ସା ମହାନ୍ତି ଉଭୟ ୧୦୦ ମିଟର ଦୌଡ଼ ଓ ଲଙ୍ଗଜମ୍ପ ସ୍ଵର୍ଣପଦକ ଜିତିଛନ୍ତି । ଶୁଭଲିପ୍ସାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟୁଛି । ସମ୍ପ୍ରତି ଶୁଭଲିପ୍ସା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଉପ କାରାଗାରରେ ମହିଳା କାରାରକ୍ଷୀ ଭାବରେ କାର୍ଯ୍ୟରତ ଅଛନ୍ତି ।

ଓଡିଶା ଦଳର ଖେଳାଳି ମାନେ ଜେଲ ବିଭାଗ  ପ୍ରଶିକ୍ଷକ ଡ଼ଃ ବୀରକିଶୋର ଦାସଙ୍କ ତ୍ବାବଧାନରେ ଅହମ୍ମଦାବାଦ ଯାତ୍ରା କରିଥିଲେ ।

ଛାତ୍ରାବସ୍ଥାରୁ କ୍ରୀଡା ପ୍ରତି ରୁଚି ରଖିଥିବା ଶୁଭଲିପ୍ସା ଜଣେ ମେଧାବୀ ଛାତ୍ର ମଧ୍ୟ , ସେ ପୂର୍ବରୁ ୟୁନିଭରସିଟି ମିଟ୍ ରେ ୨୦୧୩ , ୧୪ ,ଓ ୧୫ ମାନଙ୍କରେ ହୋଇଥିବା ପ୍ରତିଯୋଗିତାରେ ଭାଗନେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ ।

ଶୁଭଲିପ୍ସା ତାଙ୍କର ଏହି ସଫଳତା ପାଇଁ ଜେଲ ଵିଭାଗର ଡିଜି ମନୋଜ କୁମାର ଛାବ୍ରା , ପ୍ରଶିକ୍ଷକ ବୀରକିଶୋର ଦାସ ଓ ବିଭାଗୀୟ ଅଫିସର ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments are closed.