ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ ବନ୍ଦୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ବରଗଡ଼ ଥାନା ଅନ୍ତର୍ଗତ ମାଣିକପୁରର ସୁନୀଲ କୁମାର ସ୍ୱାଇଁ (୩୦) । କିଛି ମାସ ତଳେ ବଡଗଡ ଥାନା ପୁଲିସ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ସୁନୀଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିଲେ । ମଙ୍ଗଳବାରେ ଅପରାହ୍ନ ପ୍ରାୟ ୨ଟା ବେଳେ କାରାଗାର ଭିତରେ ଥିବା ପରିଶ୍ରାଗାରକୁ ଯାଇଥିଲେ । ହେଲେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରିନଥିଲେ। ସେଠାରେ କାର୍ଯ୍ୟରତ ୱାର୍ଡେନ ପରିଶ୍ରାଗାରକୁ ଯାଇ ଦେଖିବା ବେଳେ ସୁନୀଲ ନିଜ ବେକରେ ଗାମୁଛା ବାନ୍ଧି କାଠ ବିମରେ ଝୁଲି ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଏମକେସିଜି ମେଡିକାଲରୁ ମୃତଦେହ ଜବତ କରିଛି
Sign in
Sign in
Recover your password.
A password will be e-mailed to you.