ବେଲତଳରେ ଆକସ୍ମିକ ଅଗ୍ନିକାଣ୍ଡ ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
ପଟ୍ଟାମୁଣ୍ଡାଇ.୧୫/୧୧ – ପଟ୍ଟାମୁଣ୍ଡାଇ ପୈାରାଚଂଳ ଅନ୍ତର୍ଗତ ୨୦ ନଂ ୱାର୍ଡ ବେଲତଳ ଗ୍ରାମ ଶାନ୍ତିଲତା ମହାନ୍ତିଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୫ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ପ୍ରକାଶ ଯେ ଆଜି ସକାଳ ୬ ଟାବେଳେ ଶାନ୍ତିଲତା ଗାଧେଇ ସାରି ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ସେ ମନ୍ଦିର ଥିବା ସମୟରେ ଗ୍ରାମବାସୀମାନେ ତାଙ୍କ ଘରେ ଘରେ ନିଆଁ ଲାଗି ଯାଇଥିବା ନେଇ ପାଟି କରିଥିଲେ Iଶାନ୍ତିଲତା ମନ୍ଦିରରୁ ଆସି ଘର ଜଳୁଥିବା ଦେଖିବାକୁ ପାଇଥିଲେ । ଏହି ଅଗ୍ନିକାଣ୍ଡରେ ୨ ବଖରା ଚାଳ ଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟ ଲୋକମାନେ ପାଣି ପକାଇ ଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ । ପଟ୍ଟାମୁଣ୍ଡାଇ ରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା । ଶାନ୍ତିଲତା ମନ୍ଦିର ଯାଇଥିବାରୁ ଅଳ୍ପକେ ବର୍ତି ଯାଇଛନ୍ତି I ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ । ତେବେ ଏହି ଅଗ୍ନିକାଣ୍ଡରେ ଶାନ୍ତିଲତାଙ୍କ ଖଞ୍ଜାଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ବେଳେ ଘରର ଥିବା ୨ କାଠ ପଳ୍ଙ୍କ , କାଠ ଅଲମିରା , ଆସବାବ ପତ୍ର , କଂସାବାସନ ,ଧାନ ଚାଉଳ , ଟଙ୍କା ସୁନା , ଆଦି ନିଆରେ ପୋଡି ପାଉଁଶ ହୋଇଯାଇଛି । ଅଗ୍ନୀକାଣ୍ଡରେ ସର୍ବସ୍ୱ ହରାଇ ଶାନ୍ତିଲତା ଖରାବର୍ଷା ରେ ବାହାରେ ପଡିରହିଛନ୍ତି । ଖବର ପାଇ କାଉନସିଲର ପ୍ରତିନିଧି ପ୍ରଭାତ ମଲିକ, ଦେବକାନ୍ତ ନାୟକ ପ୍ରମୁଖ ଅଗ୍ନୀବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । । ଅଗ୍ନୀବିପନ୍ନ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି ।