ସୀମା ଟପିଲା ବର୍ବରତା। ହାତଗୋଡ ବାନ୍ଧି ଘୋଷାଡି ଘୋଷାଡି ବିଚ୍ ରାସ୍ତାରେ ପିଟିଲେ।ଜଣେ ଯୁବକଙ୍କ ଜୀବନ ଚାଲିଗଲା। ଆଉ ଜଣେ ଲହୁଲୁହାଣ।

ରାଜଧାନୀ ଭୁବନେଶ୍ବରର ବାଲିଅନ୍ତାରେ ଘଟିଛି ଏଭଳି ଅମାନବୀୟ କାଣ୍ଡ।

ଭୁବନେଶ୍ବର : ସୀମା ଟପିଲା ବର୍ବରତା। ହାତଗୋଡ ବାନ୍ଧି ଘୋଷାଡି ଘୋଷାଡି ବିଚ୍ ରାସ୍ତାରେ ପିଟିଲେ। ଏମିତି ଅମଣିଷ ହୋଇ ମାଡ ମାରିଲେ ଯେ, ଜଣେ ଯୁବକଙ୍କ ଜୀବନ ଚାଲିଗଲା। ଆଉ ଜଣେ ଲହୁଲୁହାଣ। ରାଜଧାନୀ ଭୁବନେଶ୍ବରର ବାଲିଅନ୍ତାରେ ଘଟିଛି ଏଭଳି ଅମାନବୀୟ କାଣ୍ଡ। ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଲୋକେ ଆଇନକୁ ହାତକୁ ନେଇଛନ୍ତି। ପୋଲିସ୍ ଏ ନେଇ ତନାଘନା ଚଲାଇଛି ,

ଭୁବନେଶ୍ୱର ଡିସିପି କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଉଛି । ହତ୍ୟାକାରୀ ଶୀଘ୍ର ଧରାପଡିଯିବେ । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଏକ ହତ୍ୟା କେସ୍ ରୁଜୁ କରାଯାଇଛି । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗୋଟିଏ ଦୁଷ୍କର୍ମ ଉଦ୍ୟମ କେସ୍ ରୁଜୁ ହୋଇଛି ।

ବରିଷ୍ଠ ପୋଲିସ ଅଫିସରଙ୍କୁ ଏହି ଘଟଣାରେ ଛାନଭିନ୍ ପାଇଁ ନିୟୋଜିତ କରାଯାଇଛି । ମାଡମରା ଘଟଣାରେ ଭିଡିଓ ଯାଞ୍ଚ କରାଯାଉଛି । ଯେଉଁମାନେ ଏଥିରେ ସଂପୃକ୍ତ, ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

Comments are closed.