ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ଧବଳମୁଖି ବେଶଧାରଣ

ସୁବର୍ଣ୍ଣପୁର: ଆଜି ଆଶ୍ବିନ ମାସର ପବିତ୍ର ମହାଳୟା । ଆଶ୍ବିନ ମାସର ଏହି ମହାଳୟା ଦିନ ଠାରୁ ସୁବର୍ଣ୍ଣପୁର ସହର ରେ ପ୍ରସିଦ୍ଧ ବଳିଯାତ୍ରା ଆରମ୍ଭ ହୋଇଥାଏ ା ସହର ସାରା ରହିଥୁବା ସମସ୍ତ ଦେବାଦେବୀ ତଥା ଅଷ୍ଟଚଣ୍ଡିଙ୍କ ପୀଠରେ ଦହି ଦହନାର ବାସ୍ନାରେ ମହକି ଉଠିଥାଏ ଏହିଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପିଠ ସୁବର୍ଣ୍ଣପୁର । ଏହି ଅବସର ରେ ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ବରୀ ଧବଳମୁଖି ବେଶ ଧାରଣକରି ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆଜି ଠାରୁ ୯ ଦିନ ପର୍ଯ୍ୟନ୍ତ ମାଁ ବିଭିନ୍ନ ବେଶରେ ସଜାଇ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ଫଳରେ ଆଜି ସକାଳୁ ସକାଳୁ ମାଁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ଲମ୍ବା ଲାଇନ ଲାଗିଛି । ମାନସିକ ପୁରଣ ପାଇଁ ଶ୍ରଦ୍ଧାଳୁମାନେ ମାଁଙ୍କ ପାଖରେ ଦୀପ ପ୍ରଜ୍ବଳନ ସହ ଗୁହାରୀ କରୁଥିବା ଦେଖିବାକୁ ମିଳିଛି ।

Comments are closed.