ସ୍ତ୍ରୀଙ୍କୁ କଇଁଚିରେ ଭୁସି ନୃଶଂସ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଅଟକ

କୁଆମରା: ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖୁଣ୍ଟା ଥାନା ଅନ୍ତର୍ଗତ ହିଂଜୁଳିଗଡିଆ ଗ୍ରାମର ଗତ ରାତିରେ ବାପ ଘରେ ଥିବା ସ୍ତ୍ରୀଙ୍କୁ ସ୍ବାମୀ କଇଁଚିରେ ଭୁସି ହତ୍ଯା କରିଛନ୍ତି। ମୃତକ ହେଉଛନ୍ତି ସୁହାଗୀ ମୁର୍ମୁ (୨୫)। ସୁହାଗୀଙ୍କ ଶାଶୁ ଘର ଉଦଳା ଥାନା ଅନ୍ତର୍ଗତ ବୃନ୍ଦାବନଚନ୍ଦ୍ରପୁର ଗ୍ରାମରେ।

ସୂଚନା ଅନୁଯାୟୀ, ଗତ ପ୍ରଥମାଷ୍ଟମୀ ଅବସରରେ ସୁହାଗୀ ତାଙ୍କ ବାପ ଘର ହିଂଜୁଳିଗଡିଆକୁ ଆସିଥିଲେ। ସେହି ଦିନଠାରୁ ସେ ଶାଶୁ ଘରକୁ ଯାଇନଥିଲେ। ତେବେ ଗତ ରାତିରେ ତାଙ୍କ ସ୍ବାମୀ ମଧୁସୂଦନ ଶଶୁର ଘରେ ପହଞ୍ଚି କୌଣସି କାରଣକୁ ନେଇ ସ୍ତ୍ରୀଙ୍କୁ କଇଁଚିରେ ଏକାଧିକ ସ୍ଥାନରେ ଭୁସି ହତ୍ଯା କରିଥିବାର ଜଣା ପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ଅଭିଯୁକ୍ତ ସ୍ବାମୀ ଥାନାରେ ଅଟକ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed.