ଗଜପତି,୨୪.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାର ଜଣେ ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କୁ “ବନ୍ଦେ ମାତରମ୍” ତଥା ସ୍ୱାଧିନତା ଦିବସ ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଆ ସାରସ୍ବତ ସାହିତ୍ୟ, ଶିକ୍ଷାର ଆଲୋକ ବଣ୍ଟନ ଏବଂ ସମାଜର କଲ୍ୟାଣ ସାଧନ ଦିଗରେ ଦୀର୍ଘ ବର୍ଷର ନିରବଚ୍ଛିନ୍ନ ସାଧନାକୁ ପାଥେୟକରି ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡିଛି।ଆପଣଙ୍କର ଲେଖନୀର ଯାଦୁ, ମାନବିକ ମୂଲ୍ୟବୋଧର ପ୍ରଚାର ଏବଂ ସମାଜ ସେବା ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଥିବାରୁ ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ନିଷ୍ଠା ଆଗାମୀ ଯୁଗର ପିଢ଼ିଙ୍କୁ ସଦା ପଥ ପ୍ରଦର୍ଶନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି। ସେ ସମ୍ବର୍ଦ୍ଧିତ ହୋଇଥିବାରୁ ପାରଳାଖେମୁଣ୍ଡିର ବୁଦ୍ଧିଜୀବୀ ମହଲ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଭବିଷ୍ୟତ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି।
Comments are closed.