ସିନ୍ଦେ ଗୋଷ୍ଠୀକୁ ଝଟକା, ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଉଦ୍ଧବ ଗୋଷ୍ଠୀକୁ ହାଇକୋର୍ଟଙ୍କ ଅନୁମତି

ମୁମ୍ୱାଇ : ଉଦ୍ଧବ ଠାକରେ ଗୋଷ୍ଠୀକୁ ବମ୍ୱେ ହାଇ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହା ସହ ସିନ୍ଦେ ଗୋଷ୍ଠୀ ଏବେ ଅନ୍ୟ କୌଣସି ସ୍ଥାନରେ ଦଶହରା ରାଲି କରିବେ । ବିଏମସି ବୋର୍ଡ ଅଫିସର ନିକଟରୁ ଏହି ଆଦେଶକୁ ନେଇ, ସେଠାରୁ ରାଲି ପାଇଁ ଅନୁମତି ନେବା ପାଇଁ ବମ୍ୱେ ହାଇକୋର୍ଟ ଉଦ୍ଧବ ଗୋଷ୍ଠୀଙ୍କୁ କହିଛନ୍ତି । କୋର୍ଟ କହିଛନ୍ତି, ସରକାରଙ୍କ ପକ୍ଷରୁ ଜାରି ୨୦୧୬ର ନିର୍ଦ୍ଦେଶ ଅନୁସାରେ ଏହି ଅନୁମତି ଦିଆଯାଇଛି । ତେବେ ପୂରା ଆୟୋଜନର ଭିଡିଓଗ୍ରାଫି କରାଯିବ ଏବଂ ଯଦି କୌଣସି ତ୍ରୁଟି କିମ୍ୱା ଆଇନ ବ୍ୟବସ୍ଥା ପରିସ୍ଥିତି ସୃଷ୍ଟି ହୁଏ ତେବେ ଭବିଷ୍ୟତରେ ଅନୁମତି ଦିଆଯିବା ଉପରେ ବିଚାର କରାଯିବ ।

ଶିବସେନା ଏହି ପାର୍କରେ ଗତ ୫ ଦଶନ୍ଧିରୁ ଅଧିକ ସମୟ ଧରି ଦଶହରା ରାଲି କରି ଆସୁଛି । ଏପରି ସ୍ଥିତିରେ ବମ୍ୱେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ନିଜର ପରମ୍ପରାକୁ ବଜାୟ ରଖିବାରେ ସଫଳ ହେବ । ବିଏମସି ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ଉଭୟ ଗୋଷ୍ଠୀକୁ ଏହି ପାର୍କ ଦେବାକୁ ମନା କରିଥିଲା, ଏହାପରେ ଦୁହେଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲା ଉପରେ ଶୁଣାଣି କରି ଆଜି ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଝଟକା ଦେଇ ଶିବାଜୀ ପାର୍କରେ ରାଲି ପାଇଁ ଅନୁମତି ଦେବାକୁ ମନା କରିଥିଲେ । ପରେ ଶିବସେନାକୁ ମଞ୍ଜୁରୀ ଦେଇଥିଲେ।

ହାଇକୋର୍ଟରେ ଶୁକ୍ରବାର ପ୍ରାୟ ସାଢେ ତିନି ଘଣ୍ଟା ଯାଏ ଯାଚିକା ଉପରେ ବିତର୍କ ହୋଇଥିଲା । ଶିବସେନା, ବିଏମସି ଏବଂ ସିନ୍ଦେ ଗୋଷ୍ଠୀର ଆଇନଜୀବୀ ଏହା ଉପରେ ନିଜ ନିଜର ଯୁକ୍ତି ରଖିଥିଲେ । ସମସ୍ତଙ୍କ ଯୁକ୍ତି ଶୁଣିବା ପରେ ବିଏମସିର ନିଷ୍ପତ୍ତି ଭୁଲ ଥିବା ହାଇକୋର୍ଟ କହିଥିଲେ । ଏହା ସମୟରେ କୋର୍ଟଙ୍କ ସର୍ତ୍ତରେ ଆଇନ ବ୍ୟବସ୍ଥା ବଜାୟ ରଖାଯିବା ବୋଲି ଉଦ୍ଧବଙ୍କ ଓକିଲ ଭରଷା ଦେଇଥିଲେ ।

Comments are closed.