କେନ୍ଦ୍ର ସରକାର ଲାଗୁ କରିବେ ନୂଆ ପ୍ରମୋସନ ନିୟମ: କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରମୋସନ ପାଇଁ ସର୍ବନିମ୍ନ ସେବା ସର୍ତ୍ତର ନିୟମରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ର କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଧାରୀ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଅପେକ୍ଷା କରି ରହିଛନ୍ତି । ଏନେଇ ଖୁବଶୀଘ୍ର ଏକ ଖୁସି ଖବର ଆସିପାରେ ।

ତେବେ ଖବର ମୁତାବକ, ଆସନ୍ତା ୨୮ ତାରିଖରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ ମିଟିଂରେ ଏନେଇ କିଛି ଘୋଷଣା ହୋଇପାରେ । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ କେନ୍ଦ୍ରୀୟ କର୍ମଚାରୀଙ୍କୁ କିଛି ଖୁସି ଖବର ମିଳିପାରେ । ତେବେ ଏହା ପୂର୍ବରୁ କର୍ମଚାରୀଙ୍କ ପାଇଁ ଏକ ନୂଆ ଖବର ଆସିଯାଇଛି । । ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ ପେ’ ବ୍ୟାଣ୍ଡ ଓ ଗ୍ରେଡକୁ ଲେବଲ ପେ ମ୍ୟାଟ୍ରିକ୍ସରେ ସାମିଲ କରାଯାଇପାରେ ।

ପ୍ରମୋସନର ନିୟମରେ ପରିବର୍ତ୍ତନ ହେବାକୁ ହେଲେ ଲେବଲ ୧ ଓ ଲେବଲ ୨ ପାଇଁ ୩ ବର୍ଷର ସର୍ଭିସ୍ ଜରୁରୀ । ଲେବଲ ୬ରୁ ଲେବଲ ୧୧ ପାଇଁ ୧୨ ବର୍ଷର ଅଭିଜ୍ଞତା ଜରୁରୀ । ସେହିପରି ଲେବଲ ୭ ଓ ଲେବଣ ୮ ପାଇର୍ ୨ ବର୍ଷର ଚାକିରି ରହିଥିବା ବାଧ୍ୟତାମୂଳକ ଅଟେ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ ୪ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିବା ବେଳେ ଯଦି ଚର୍ଚ୍ଚା ମୁତାବକ ୪ ପ୍ରତିଶତ ହୁଏ, ତେବେ ଏହା ମୋଟ ୩୮ ପ୍ରତିଶତରେ ପହଞ୍ଚିଯିବ ।

Comments are closed.