ଓଡ଼ଗାଁ ଶିକ୍ଷକ ସଂଘର ପ୍ରତିବାଦ ସଭା

ଓଡଗାଁ: ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ (NPS)ର ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଇଯାଇଛି I ନଭେମ୍ବର 27 ଆନ୍ଦୋଳନ ସମୟରେ ସରକାରଙ୍କ ତରଫରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ୩ଦଫା ଦାବୀ ପୂରଣ ନେଇ ଲିଖିତ ପ୍ରତିଶୃତି ମିଳିଥିଲା I ଅଦ୍ୟାବଧି ୨ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ I ଯଦି ସରକାର ବିଧାନ ସଭା ଅଧିବେଶନ ପୂର୍ବରୁ ଦାବୀ ପୂରଣ ନ କରନ୍ତି, ତେବେ ପୁଣିଥରେ ମିଳିତ ପ୍ରାଥମିକ ମହାସଂଘ ନେତୃତ୍ୱରେ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତି ନିଆଗଲା I ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁକାନ୍ତ କୁମାର ସାହୁ, ନୀଳମାଧଵ ମହାରଣା, ଚିତ୍ତ ରଞ୍ଜନ ମିଶ୍ର, ମୋହନ ସାହୁ, ନାରାୟଣ ଡାକୁଆ, ମହନ୍ତ କୁମାର ସେଠୀ, ବସନ୍ତ କୁମାର ବିଶୋଇ, ପୁର୍ଣିମା ମହାରଣା, ରାଜଲଷ୍ମୀ ପଣ୍ଡା ପ୍ରଭୃତି ଯୋଗ ଦେଇଥିଲେ I

Comments are closed.