ଶିକ୍ଷକ ନିଯୁକ୍ତି ପରେ ସ୍କୁଲରୁ ହଟିଲା ଆନ୍ଦୋଳନ

ହରଭଙ୍ଗା : ହରଭଙ୍ଗା ବ୍ଲକ ଅର୍ନ୍ତଗତ ଉପାନ୍ତ ତଳଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀରେ ଅଭିଭାବକ ସ୍କୁଲ ଫାଟକରେ ତାଲା ପକାଇ ଏହାର ଦୃଢପ୍ରତିବାଦ ଜଣାଇଥିଲେ। ପ୍ରକାଶ ଯେ ତଳଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୦ଜଣ ପିଲା ପାଠ ପଢୁଥିବାବେଳେ ଏମାନଙ୍କ ଶିକ୍ଷାଦାନ ପାଇଁ ମାତ୍ର ପ୍ରାଥମିକ ସେକ୍ସନର ୪ଜଣ ଶିକ୍ଷକ ନିଯୁକ୍ତ ରହିଛନ୍ତି। ଯଦ୍ୱାରା ଏତେ ସଂଖ୍ୟକ ପିଲାଙ୍କୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଏ ସର୍ମ୍ପକରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ମହଲରୁ ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଦାବୀକଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ପ୍ରତିବାଦରେ ଶେଷରେ ତାଲା ପକାଇ ସ୍କୁଲ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ,ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ବସି ରହିଥିଲେ। ଖବର ପାଇଁ ହରଭଙ୍ଗା ଗୋଷ୍ଠି ଶିକ୍ଷାଧିକାରୀ ଅଜୟ କୁମାର ଲୁହା ଏ ବିଷୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବା ପରେ ତୁରନ୍ତ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯିବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Comments are closed.