ସମ୍ପର୍କ ସେତୁ କାର୍ଯ୍ୟକ୍ରମ ରେ ନାଚିଲେ ଜିଲ୍ଲାପାଳ ।

ସୁବର୍ଣ୍ଣପୁର : ଆଦିବାସୀ ମହିଳାଙ୍କ ସହିତ ଆଦିବାସୀ ଗୀତରେ ତାଳେତାଳେ ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାବପାଳ ଆବୋଲି ସୁନିଲ ନରୱଣେ । ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗାଁକୁ ସମ୍ପର୍କର ସେତୁ କାର୍ଯ୍ଯକ୍ରମରେ ଯୋଗଦେବାପାଇଁ ଯାଇଥିବା ସମୟରେ ସେଠାକାର ଆଦିବାସୀ ତାଙ୍କର ପାରମ୍ପରିକ ଡଙ୍ଗରେ ନାଚି ନାଚି ଜିଲ୍ଲାପାଳଙ୍କୁ ସ୍ବାଗତ କରିଥିଲେ। ସେତେବେଳେ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ମଧ୍ଯ ଆଦିବାସୀ ମହିଳାଙ୍କ ସହ ମିଶି ତାଙ୍କ ଗୀତ ବାଦ୍ୟର ତାଳେତାଳେ ନାଚିଥିଲେ। ଏହି ଦ୍ରୁଶ୍ୟ ଦେଖି ସ୍ଥାନୀୟ ଆଦିବାସୀ ମାନେ ବେଶ୍ ଖୁସି ହୋଇଥିଲେ।ସେପଟେ ଜିଲ୍ଲାପାଳ ମଧ୍ୟ ଆଦିବାସୀମାନଙ୍କ ସହିତ ନାଚି ନାଚି ବିଭୋର ହୋଇ ପଡିଥିଲେ ।

Comments are closed.