ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୮୨ ବର୍ଷ ବୟସ ହୋଇଥିଲା । ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ନିଧନ ହୋଇଥିବା ମୁଲାୟମଙ୍କ ପୁତ୍ର ଅଖିଳେଶ ଯାଦବ ସୂଚନା ଦେଇଛନ୍ତି । ଏନେଇ ଏକ ଟୁଇଟ କରିଛନ୍ତି ଅଖିଳେଶ । ଏଠାରେ ସୂଚନାଯୋଗ୍ୟ ଯେ, ମୁଲାୟମ ସିଂ କିଛି ଦିନ ହେବ ଏକାଧିକ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ । ୟୁରିନ୍ ସଂକ୍ରମଣ ସାଙ୍ଗକୁ ବ୍ଲଡ ପ୍ରେସର ଓ ଶ୍ୱାସ ଜନିତ ସମସ୍ୟାରେ ସେ ପୀଡ଼ିତ ଥିଲେ । ତେଣୁ ତାଙ୍କୁ ଅକ୍ଟୋବର ୨ ତାରିଖରୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା ।

Comments are closed.