ସୁବର୍ଣ୍ଣପୁର ସଚେତନ ନାଗରିକମଞ୍ଚ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ ା
ସୁବର୍ଣ୍ଣପୁର-ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଆଜି ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ା ଏହି ଅବସର ରେ ସୋନପୁର ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ବୃନ୍ଦ ସର୍କିଟହାଉସ୍ ରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ା ଉକ୍ତ ସାକ୍ଷାତ ଆଲୋଚନା ସମୟରେ ସମ୍ବଲପୁର ସହିତ ସୁବର୍ଣ୍ଣପୁରର କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ସ୍ୱାସ୍ଥ୍ୟର ସମ୍ପର୍କ ଶହ ଶହ ବର୍ଷରୁ ରହିଆସିଥିବା କଥା ଆଲୋଚନା ହୋଇଥିଲା । ଏହାସହ ଜିଲ୍ଲାରେ ଆହୁରି ଅନେକ ଗୁଡିଏ ଐତିହାସିକ କିମ୍ବଦନ୍ତୀ ମଣ୍ଡନ କରୁଥିବା ପ୍ରାଚୀନ ପୀଠ ସବୁ ରହିଥିବା ବେଳେ ସେଥିମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ହୁମା ଶୈବପୀଠ, ପାତାଳୀ ଶ୍ରୀକ୍ଷେତ୍ର, ମାତା ମେଟାକାନୀ ଓ ଦେଉଲଝରି ଅନ୍ୟତମ ।
ଏହା ସହିତ ଅନେକ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳି ସବୁରହି ଥିବାବେଳେ ସନ୍ଥକବି ଭୀମ ଭୋଇଙ୍କ ଭୂମି ଅନ୍ୟତମ । ତେଣୁ ସମ୍ବଲପୁର ସହିତ ସୁବର୍ଣ୍ଣପୁରର ରେଳ ସଂଯୋଗୀକରଣ ଏକାନ୍ତ ଆବଶ୍ୟକ ରହିଥିବା କଥା ଆଲୋଚନା ହୋଇଥିଲା । ଯଦ୍ବାରା ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ବୟନ ଶିଳ୍ପ ଆହୁରି ସମୃଦ୍ଧ ହୋଇ ପାରିବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ବୋଲି ଆଲୋଚନା କରିଥିବା ସହ ଜଗତର ନାଥ ଜଗନ୍ନାଥ ଏଠାରେ ୧୪୪ ବର୍ଷ ପାତାଳୀ ହୋଇଥିବା କଥା ମଧ୍ୟ ମହାମହିମଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ା ସମ୍ବଲପୁର -ସୋନପୁର ରେଳ ପଥର ବିକାଶ ହେବା ଫଳରେ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହ ରୋଜଗାର ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ଆଲୋଚନା ହୋଇଥିବା ବେଳେ ମହାମହିମ ରାଜ୍ୟପାଳ ଏହି ସମ୍ପର୍କରେ କେନ୍ଦ୍ରରେଳମନ୍ତ୍ରୀ ଙ୍କ ସହିତ ଆଲୋଚନାକରି ସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି କହିଥିଲେ ା
ଏହିଦାବିପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚର ସଭପତି ସିତାଂଶୁ ଶେଖର ମିଶ୍ର, ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ଧିରେନ୍ଦ୍ର କୁମାର ପଟ୍ଟନାୟକ, ବିନୋଦ ମେହେର,,ଦୁଃଖିରାମ ନାୟକ ,ମହେଶ ପୂଜାରୀ,ରାମକୃଷ୍ଣ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ।
Comments are closed.