ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଗାଁ ରେ ବାଇକ ଦୁର୍ଘଟଣା ରେ ଦୁଇ ମୃତ ା

ସୁବର୍ଣ୍ଣପୁର- ଗତ କାଲି ବିଳମ୍ୱିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲାରେ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟିଥିବା ସୂଚନା । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ । ମୃତକ ଦ୍ବୟ ହେଲେ କମୀରା ଗାଁ ର ସମ୍ବିତ ପଧାନ ଓ ବୁଠୀପଦର ଗାଁ ର ସିପକ ନାଗ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉଭୟେ ଏକ ବାଇକ୍ ଯୋଗେ ବୀରମହାରାଜପୁର ପଟକୁ ଫେରିବା ବେଳେ ଉଫୁଲା ଠାରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ଟି ଭାରସାମ୍ୟ ହରାଇ ପିଟି ହୋଇ ଥିଲା । ଫଳରେ ଉଭୟେ ଛିଟିକି ପଡ଼ିଥିଲେ । ଦୁହିଙ୍କ ମୁଣ୍ଡରେ ମାଡ଼ ହୋଇଥିବାବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ୧୧୨ ଦ୍ବାରା ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.