ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ା

ସୁବର୍ଣ୍ଣପୁର- ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ଆଜି ପୋଡୋଶି ଜିଲ୍ଲା ବଲାଙ୍ଗିରରୁ ବାହାରି ଜିଲ୍ଲା ସଦର ବ୍ଲକ ହରଡଖୋଲ ପଥପ୍ରାନ୍ତ ସାଧାରଣ ସୁବିଧା କେନ୍ଦ୍ରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ ା ପରେ ସଦର ବ୍ଲକ ରୁଗୁଡିପାଲି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଏଠାରେ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୃକ୍ତ କର୍ମୀ ଓ ଶିଶୁ ମାନଙ୍କ ପିତାମାତାଙ୍କ ସହ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଚକୋଲେଟ ବାଣ୍ଟିଥିଲେ ା ପରେ ରାଜ୍ୟପାଳ ସଦର ବ୍ଲକର ବାଙ୍କତେନ୍ତୁଳି ଗାଁରେ ପହଞ୍ଚି ସେଠାରେ ଗ୍ରାମବାସୀ ଓ ସ୍ଥାନୀୟ ଚାଷୀମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ପରେ ବିନିକା ବ୍ଲକ କର୍ତଙ୍ଗ ଗାଁକୁ ଯାଇ ପ୍ରଧାନ ମନ୍ତ୍ରୀ ଆବାସ ହିତାଧିକାରୀ ଘର ବୁଲି ଦେଖିଥିଲେ ା ପରେ କର୍ତଙ୍ଗ ହାଇସ୍କୁଲ କୁ ପରିଦର୍ଶନରେ ଯାଇ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ହେଉଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଙ୍କ ସହିତ ସାମିଲ ହୋଇଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ମହମହିମଙ୍କୁ ଭବ୍ୟ ସ୍ଵାଗତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଂ ଜରିଆରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ଦେଖିଥିଲେ । ରାଜ୍ୟପାଳଙ୍କ ସହ ଏକାଠି ବସି କାର୍ଯ୍ୟକ୍ରମ ଦେଖିଥିବା ଛାତ୍ର ଛାତ୍ରୀ ମାନେ ବେସ୍ ଖୁସି ଅନୁଭବ କରିଥିବା ବେଳେ ଦେଶର ଆଗାମି ଭବିଷ୍ୟତ ଛାତ୍ର ଛାତ୍ରୀ ମାନଙ୍କ ପରିକ୍ଷାର ସମସ୍ୟା କେଉଁଭଳି ଭାବରେ ଦୂର କରିହେବ
ତାହା ଅଭିଭାବକଙ୍କ ଦାୟିତ୍ୱ ବୋଲି ମହାମହିମ ରାଜ୍ୟପାଳ ରଘୁବିର ଦାସ ମତବ୍ୟକ୍ତ କରିଛନ୍ତି ।

Comments are closed.