ମହାନଦୀ ଟ୍ରିବ୍ୟୁନାଲର ଆସନ୍ତାକାଲି ଶୁଣାଣି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ପାଣି ବିବାଦର ସ୍ଥାୟୀ ସମାଧାନ ପାଇଁ ଆଲୋଚନା

ଭୁବନେଶ୍ୱର : ଆସନ୍ତାକାଲି ହେବ ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି। ଶୁଣାଣି ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ଏବେ ମାମଲା ଆଗକୁ ବଢୁଛି। ପ୍ରତି ମାସରେ ୨ରୁ ୩ଥର ଶୁଣାଣି ହେଉଛି। ଗତ ୫ ବର୍ଷରେ ମାତ୍ର ଜଣେ ସାକ୍ଷୀ ଙ୍କ ସାକ୍ଷ ଗ୍ରହଣ ହୋଇଥିଲା। ଓଡିଶାର ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। ଛତିଶଗଡରେ ଗଠନ ହେଲା ପରେ ସ୍ଥାୟୀ ସମାଧାନ ପାଇଁ ଆଗକୁ ବଢ଼ିବୁ। ବ୍ୟାରେଜ ସମଷ୍ୟା ସହ କେତେ ପାଣି ଉପର ମୁଣ୍ଡରୁ ଆସୁଛି ଓ କେତେ ପାଣି ନିଷ୍କାସିତ ହେବ ସେ ନେଇ ଉଭୟ ରାଜ୍ୟ ଭିତରେ କେମିତି ତଥ୍ୟ ନେଣଦେଣ ହୋଇପାରିବ ସେ ନେଇ ଆଲୋଚନା ହେବ।

Comments are closed.