ଜଳବନ୍ଦୀ ଅବସ୍ଥାରେ ଉଦୟ ପୁର ପଞ୍ଚାୟତ ବାସୀ ।

0

ନୂଆଗଡ ୨୯/୧୦ (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ସାମ୍ଭାବ୍ୟ ବାତ୍ୟା ଲଘୁଚାପରେ ପରିଣତ ହୋଇ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଲାଗରହିଥିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପର ମୁଣ୍ଡର ବର୍ଷା ହେବା ଫଳରେ ନଦୀ ଓ ନାଳ ଗୁଡିକ ରେ ପାଣି ବଢ଼ି ଯାଇଛି।ରାସ୍ତା ଉପରେ ପାଣି ଚାଲୁଥିବାରୁ କିଛି ସ୍ଥାନରେ ରାସ୍ତା ଧୋଇ ଯାଇଛି ଯାହା ଫଳରେ କିଛି ସମୟ ଉଦୟ ପୁର ପଞ୍ଚାୟତ ର ଢେପରି ଗୁଡ଼ି,ଉଦୟ ଗୁଡା,ଉଦୟ ପୁର, ନାଉଡି ପଦର ସମେତ ଅନୁଗୁର ପଞ୍ଚାୟତ ର ବିଭିନ୍ନ ଗ୍ରାମ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ।

ପରିମଳ ଠାରୁ ଉଦୟ ପୁର କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କକାତ ବନ୍ଧା ଠାରେ ରାସ୍ତା ଉପରେ ପାଣି ଚାଲଥିବାରୁ ଯାତାୟାତ ବନ୍ଦ ରହିଥିଲା। ପବନ ହେବା ଫଳରେ ଗଛ ପଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବା ଯୋଗୁଁ ବିଦ୍ୟୁତ୍ ଚଳାଚଳ କିଛି ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିଲା।ତୁରନ୍ତ ପ୍ରଶାସନ ସହ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ୍ ବିଭାଗ ପହଞ୍ଚି ରାସ୍ତାରେ ପଡ଼ିଥିବା ଗଛ କାଟିବା ସହ ବିଦ୍ୟୁତ୍ ବ୍ୟବସ୍ଥା କରାଯାଇ ଥିଲା।

Leave A Reply

Your email address will not be published.