ଅଁଳା ନବମୀ ଉପଲକ୍ଷେ ବଡ଼ ରାଧାକାନ୍ତ ମଠରେ ରାଧାକୃପା କଟାକ୍ଷ ପାଠ।

0

ଗଜପତି,୧୮.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ପବିତ୍ର ଅଁଳା ନବମୀ ଉପଲକ୍ଷେ ବଡ଼ ରାଧାକାନ୍ତ ମଠରେ ଆଧ୍ୟାତ୍ମିକ ଚେତନା, ଭକ୍ତି ଓ ଧାର୍ମିକ ଭାବଧାରାର ପ୍ରଚାର ଉଦ୍ଦେଶ୍ୟରେ ରାଧା କୃପା କଟାକ୍ଷ ପାଠ, ମହାମନ୍ତ୍ର କୀର୍ତ୍ତନ ଏବଂ ଅନନ୍ତମୁଖୀ ଭାଗବତ ପାଠ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଭକ୍ତିପୂର୍ଣ୍ଣ ପରିବେଶରେ ସ୍ତୋତ୍ର ପାଠ ଓ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ଭଗବାନଙ୍କ ନାମ ସ୍ମରଣ କରାଯାଇଥିଲା।ଭାଗବତ ପାଠ ମାଧ୍ୟମରେ ଭକ୍ତି, ଧର୍ମ, ନୀତି, ସଦାଚାର ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ପ୍ରଚାର କରାଯାଇଥିଲା।ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଣିଷ ମନରେ ଶାନ୍ତି, ସଦ୍‌ଭାବନା ଓ ଈଶ୍ୱରୀୟ ଚେତନା ଜାଗ୍ରତ କରିବା ସହ ସମାଜରେ ଧାର୍ମିକ ଓ ସାଂସ୍କୃତିକ ଏକତାକୁ ସୁଦୃଢ଼ କରିଥିଲା।

Leave A Reply

Your email address will not be published.