ନେରେଡି ପ୍ରକଳ୍ପରେ ଓଡ଼ିଶାର ହକ୍ ପାଇଁ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଦାବି ।

0

ଗଜପତି,୧୮.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ନେରେଡି ପ୍ରକଳ୍ପରେ ଓଡ଼ିଶା ତଥା ବିଶେଷକରି ଗଜପତି ଜିଲ୍ଲାବାସୀଙ୍କ ନ୍ୟାଯ୍ୟ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ଭୁବନେଶ୍ୱରଠାରେ ନେରେଡି ପ୍ରକଳ୍ପ କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ଯନ୍ତ୍ରୀ ଅରୁଣ ପାଉଲ ଓ ଅନ୍ୟ ସଦସ୍ୟଙ୍କ ସହ ସେ ସ୍ଥାନୀୟ ଜନସାଧାରଣଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକଳ୍ପର ଯୋଜନା ଓ ସୁଫଳ ବଣ୍ଟନରେ ଓଡ଼ିଶା, ବିଶେଷକରି ଗଜପତିର ଚାଷୀ ଓ ଜନସାଧାରଣଙ୍କୁ ଯଥୋଚିତ ଗୁରୁତ୍ୱ ଦେବାକୁ ସେ ଦାବି ଜଣାଇଥିଲେ।ଏଥି ସହ ପ୍ରକଳ୍ପର ନାମରେ କେବଳ ‘ନେରେଡି’ ନ ରଖି ଓଡ଼ିଶାର ପରିଚୟ ଓ ଗୌରବ ପ୍ରତିଫଳିତ କରୁଥିବା ନାମ ଯୋଡ଼ିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ।ଦୁଇ ରାଜ୍ୟର ଲୋକଙ୍କ ସାମୂହିକ ବିକାଶ ସହ ଓଡ଼ିଶାର ନ୍ୟାଯ୍ୟ ହକ୍ ଉପରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.