ଗଜପତି, ୨୬। ୬(ମନୋଜ ପାଢ଼ୀ)ପାରଳାଖେମୁଣ୍ଡି ରେଳ ଷ୍ଟେସନ ରାୟଗଡା ରେଳ ଡିଭିଜନରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ରାୟଗଡା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂଘାଲ (ଡିଆରଏମ୍) ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନକୁ ନେଇ ରେଳ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।ପରିଦର୍ଶନ ସମୟରେ ଡିଆରଏମ୍ ଷ୍ଟେସନର ଯାତ୍ରୀ ସୁବିଧା,ପ୍ଲାଟଫର୍ମ, ପରିଷ୍କାର-ପରିଚ୍ଛନ୍ନତା, ଟିକେଟ ବ୍ୟବସ୍ଥା, ସୁରକ୍ଷା, ପାନୀୟ ଜଳ, ଆଲୋକୀକରଣ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିର ସମୀକ୍ଷା କରି ଷ୍ଟେସନର ସମସ୍ତ କାର୍ଯ୍ୟ ଓ ସୌନ୍ଦର୍ଯ୍ୟ କାରଣକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଏବଂ ପ୍ରାୟ ସମସ୍ତ କାର୍ଯ୍ୟ ଶେଷ ହୋଇଛି ଅତିଶୀଘ୍ର ଏହାର ଉଦଘାଟନ କରାଯିବ ବୋଲି କହିଛନ୍ତି।ରେଳବାଇର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଏହି ପରିଦର୍ଶନରେ ସାମିଲ ହୋଇଥିଲେ।ଡିଆରଏମଙ୍କୁ ଓଡିଶା ସାମ୍ବାଦିକ ସଙ୍ଘ ଗଜପତିର କର୍ମକର୍ତ୍ତା ମାନେ ଯାତ୍ରୀ ମାନଙ୍କ ସମସ୍ୟା ଓ ପ୍ରତିଦିନ ବିଳମ୍ବରେ ଟ୍ରେନ ଆସୁଥିବା ନେଇ ଏବଂ ବିଭିନ୍ନ ଦାବି ସମ୍ପର୍କରେ ଅବଗତ ହୋଇଥିଲେ। ଡିଆରଏମ୍ ଆଶ୍ୱାସନା ଦେଇ କହିଥିଲେ ଯେ, ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯିବ ଏବଂ ପର୍ଯ୍ୟାୟକ୍ରମେ ଆବଶ୍ୟକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯିବ। ସମସ୍ତ ପ୍ରସ୍ତାବ ଉପରେ ସକାରାତ୍ମକ ବିଚାର କରାଯିବ ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ପାରଳାଖେମୁଣ୍ଡି ରେଳ ଷ୍ଟେସନ ଏକ ଐତିହାସିକ ଷ୍ଟେସନ ହୋଇଥିବାବେଳେ ଏହା ପୂର୍ବରୁ ଅନ୍ୟ ରେଳ ଡିଭିଜନ ଅଧୀନରେ ଥିଲା। ସମ୍ପ୍ରତି ଏହା ରାୟଗଡା ରେଳ ଡିଭିଜନରେ ସାମିଲ ହୋଇଥିବାରୁ ଅଞ୍ଚଳର ରେଳ ବିକାଶ ଓ ଯାତ୍ରୀ ସେବାରେ ନୂଆ ଗତି ଆସିବ ବୋଲି ଆଶା କରାଯାଉଛି। ପାରଳାଖେମୁଣ୍ଡି ଷ୍ଟେସନର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି ଏବଂ ଏହା ପୂର୍ବ ଉପକୂଳ ରେଳପଥର ଏକ ପୁରାତନ ଷ୍ଟେସନ ଭାବେ ପରିଚିତ।
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.